ଓଡ଼ିଶା 365 (ବ୍ୟୁରୋ): ଗିରଫ ହେଲେ ଭୁବନେଶ୍ୱର ଜନସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷକ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀ। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଅଧୀକ୍ଷକ ଯନ୍ତ୍ରୀଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ରେଡ୍ରେ ବିଶ୍ୱବନ୍ଧୁଙ୍କ ସମ୍ପତ୍ତି ଆୟଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଥିବା ସୂଚନା ଦେଲେ ଭିଜିଲାନ୍ସ ଏସ ପି ଏମ୍ ରାଧାକ୍ରିଷ୍ଣ। ଏହି ରେଡ୍ରେ ୭ DSPଙ୍କ ନେତୃତ୍ୱରେ ୫ ଇନ୍ସପେକ୍ଟର, ୮ ଏଏସଆଇ ଚଢ଼ଉରେ ସାମିଲ ଥିଲେ।
କହିରଖୁ କି, ଭିଜିଲାନ୍ସ ବିଶ୍ବବନ୍ଧୁଙ୍କର ଭିଏସ୍ଏସ ନଗରରେ ଦୁଇ ମହଲା ବିଲ୍ଡିଂ GL ୭୩ ପ୍ଲଟ ନମ୍ବର ୯୫୦୫, ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଥିବା 3-ବିଏଚକେ ଫ୍ଲାଟ, ଭଦ୍ରକ ମଠ ସାହିରେ ଥିବା ବିଲ୍ଡିଂ, ଭଦ୍ରକ ତୋରଣପଡାସ୍ଥିତ ପୈତୃକ ଘର ଓ ଭିଏସ୍ଏସ ନଗର ସ୍ଥିତ ସମ୍ପର୍କୀୟଙ୍କ ଘର, ବ୍ୟାଙ୍କ ଏବଂ ପୋଷ୍ଟ ଆକାଉଣ୍ଟରେ ଜମା ଥିବା ୪.୦୨ କୋଟି ଟଙ୍କା, ନଗଦ ୩,୧୮,୦୦୦ ଟଙ୍କା, ୨୬୯ ଗ୍ରାମ ସୁନା ସହିତ ପ୍ରାୟ ୪୨୧ ଗ୍ରାମ ଓଜନ ବିଶିଷ୍ଟ ସୁନା ଅଳଙ୍କାର, ଗୋଟିଏ ଚାରି ଚକିଆ ଯାନ, ଚୋରୋଟି ଦୁଇ ଚକିଆ ଯାନ ଏବଂ ୧୭ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ ଭିଜିଲାନ୍ସ ଠାବ କରିଛି ।