ଓଡ଼ିଶା 365 (ବ୍ୟୁରୋ) : ଆଜି ମାଣ୍ଡିଆ ଦିବସ । ଖାଲି ଓଡ଼ିଶାରେ ନୁହେଁ ବରଂ ଦେଶ, ବିଦେଶରେ ମାଣ୍ଡିଆର ବହୁତ ଚାହିଦା ରହିଛି । ତେବ ଆପଣ ଜାଣନ୍ତି ମାଣ୍ଡିଆ ଶରୀର ପାଇଁ ଅନେକ ଉପକାରି । ସାରା ବିଶ୍ୱରେ ମାଣ୍ଡିଆକୁ ମିଳିଛି ଏକ ସ୍ୱତନ୍ତ୍ର ପରିଚୟ । ତେବେ ପ୍ରତିବର୍ଷ ମାସର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥାଏ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ତେବେ ମାଣ୍ଡିଆରେ ଭରପୁର ରହିଛି ପୋଷକ ତତ୍ତ୍ୱ । ୭ ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି ।
ପୋଷକତତ୍ତ୍ୱରେ ଭରା ଏହି ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛି । ମାଣ୍ଡିଆକୁ ନେଇ କିପରି ଷ୍ଟାର୍ଟଅପ କରାଯାଇପାରିବ ସେନେଇ ମାନସମନ୍ଥନ କରାଯିବ । ୨୦୧୭ ମସିହାରେ ଓଡ଼ିଶାରେ ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି । ମିଲେଟ୍ ବା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ଓଡ଼ିଶା ମିଲେଟ୍ ମିଶନ୍ ଦ୍ୱାରା ନିଆ ଯାଇଥିବ ପଦକ୍ଷେପକୁ ସର୍ବୋତ୍ତମ ମଡେଲ ମଧ୍ୟରୁ ଗୋଟିଏ ଭାବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ମଧ୍ୟ ମିଳିଛି ।