ଓଡ଼ିଶା 365 (ବ୍ୟୁରୋ): ମହଙ୍ଗା ପଡ଼ିଲା ଭାରତ ବିରୋଧୀ ନାରା । ଭାରତ ବିରୋଧରେ ନାରା ଦେଉଥିବା ଲସ୍କର-ଏ ତାଇବା ଆତଙ୍କବାଦୀ ଆକ୍ରମ ଖାନ୍କୁ ଗୁଳି କରି ହତ୍ୟା। ଗୁରୁବାର ପାକିସ୍ତାନର ଖାଇବର ପଖତୁନଖ୍ୱା ଅଞ୍ଚଳ ବାଜାଉର ଜିଲ୍ଲାରେ କେହି ଜଣେ ଦୁର୍ବୃତ୍ତ ଆକ୍ରମ ଖାନ ଓରଫ ଆକ୍ରମ ଗାଜୀକୁ ଗୁଳି କରି ଫେରାର୍ ହୋଇଯାଇଥିବା ଖବର ମିଳିଛି। ୨୦୧୮-୨୦୨୦ ବର୍ଷରେ ଲସ୍କର ସଂଗଠନ ପାଇଁ ଆତଙ୍କବାଦୀ ନିଯୁକ୍ତି ଦେଉଥିବା ଗାଜୀ ଅନେକ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିଲା। ଆତଙ୍କବାଦୀମାନଙ୍କୁ ଭାରତ ବିରୋଧରେ ମତାଇବା ସହ ଭାରତରେ ହମଲା କରିବାକୁ ମତାଉଥିଲା।
ଚଳିତ ବର୍ଷ ଅକ୍ଟୋବର ମାସରେ ମଧ୍ୟ ପଠାନକୋଟ ଆକ୍ରମଣର ମାଷ୍ଟର ମାଇଣ୍ଡ ଶାହିଦ ଲତିଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପାକିସ୍ତାନର ଗୁଜରନୱାଲା ସହରର ଲତିଫ ଭାରତର ମୋଷ୍ଟଟ ୱାଣ୍ଟେଡ ଆତଙ୍କବାଦୀ ଘୋଷିତ ହୋଇଥିଲା। ୨୦୧୬ ପଠାନ କୋର୍ଟ ଏୟାରଫୋର୍ସ ଷ୍ଟେସନ ଆକ୍ରମଣରେ ସେ ମାଷ୍ଟର ମାଇଣ୍ଡ ଥିଲା। ଗତ କିଛି ମାସ ହେବ ଭାରତ ବିରୋଧରେ ମନ୍ତବ୍ୟ ଦେଉଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ କରାଯାଉଛି ପାକିସ୍ତାନରେ ଏବଂ ଶେଷରେ ହତ୍ୟା କରାଯାଉଛି ।