ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯୁଦ୍ଧ ଭିତରେ ମିଳିଛି ସାମାନ୍ୟ ଆଶ୍ୱସ୍ତି । ତିନି ଦିନ ପାଇଁ ୪ ଘଣ୍ଟା ଲେଖାଏ ଯୁଦ୍ଧ ବିରତି ପାଇଁ ରାଜି ହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ମାନବିକତା ଦୃଷ୍ଟିରୁ ଇସ୍ରାଏଲ ରାଜି ହୋଇଥିବା ନେଇ ଆମେରିକାର ହ୍ୱାଇଟ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ଏଭଳି ନିଷ୍ପତି ନିଆଯାଇଛି । ପ୍ରତି ବଦଳରେ ହମାସ ଡର୍ଜନରୁ ଅଧିକ ପଣବନ୍ଦୀଙ୍କୁ ଛାଡିବ ବୋଲି ସୂଚନା ମିଳିଛି ।
ଯୁଦ୍ଧକୁ ମାସଟେ ପୁରିଯାଇଥିବା ବେଳେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି । ଯେଉଁଥିରେ ସାଢେ ୪ ହଜାର ଶିଶୁ ଅଛନ୍ତି । ଏହାଛଡା ଦେଢ ହଜାରୁ ଅଧିକ ଶିଶୁ ଏବେ ନିଖୋଜ ଅଛନ୍ତି । ଯେଉଁମାନଙ୍କର ମୃତ୍ୟୁ ହୋଇସାରିଥିବା କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ହମାସ ଆତଙ୍କବାଦୀ ଲୁଚିଥିବା ଜନବସତି ଏବଂ ମସଜିଦରେ ଅଞ୍ଚଳରେ ରକେଟ ମାଡ କରୁଛି । ତେବେ ଗାଜା ଅକ୍ତିଆର ପାଇଁ ଇସ୍ରାଏଲ ଚାହୁଁନଥିବା କହିଛନ୍ତି ବେଞ୍ଜାମିନ ନେତାନ୍ୟାହୁ । ତେବେ ୩ ଦିନ ପରେ ପୁଣି ଗାଜା ଉପରେ ଆକ୍ରମଣ ଜାରି ରଖିବ ଇସ୍ରାଏଲ । ଯାହାକୁ ନେଇ ସମସ୍ତଙ୍କ ମନରେ ଟେନସନ ବଢିବାରେ ଲାଗିଛି ।