ଓଡ଼ିଶା 365 (ବ୍ୟୁରୋ): ବିହାର ବିଧାନସଭାରେ ନୀତିଶ କୁମାରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ନିନ୍ଦା କରୁଛନ୍ତି ବୁଦ୍ଧିଜୀବୀ, କଳାକାର, ରାଜନେତା । 7 ନଭେମ୍ବରରେ ବିହାର ବିଧାନସଭାରେ ନୀତିଶ କୁମାର ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାଙ୍କର ଇସ୍ତଫା ଦାବି କରିଛି ବିଜେପି । ଜନସଂଖ୍ୟା ବୃଦ୍ଧି ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବିବୃତ୍ତି ଉପରେ ବିହାର ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଜନସଂଖ୍ୟା ହ୍ରାସ ପାଇଁ ନୀତୀଶ କୁମାର ମହିଳାଙ୍କ ଶିକ୍ଷାକୁ ଦାୟୀ କରିଥିଲେ । ତେବେ ସେ ଯେଉଁ ଉଦାହରଣ ଦେଇଥିଲେ ତାହା ଅତ୍ୟନ୍ତ ଅଶ୍ଲିଳ ଭାଷା ଥିଲା । ବକ୍ତବ୍ୟ ମହିଳାଙ୍କ ସମ୍ମାନ, ସ୍ବାଭିମାନ ବିରୋଧରେ ଥିବାରୁ ମହିଳା ନେତ୍ରୀମାନେ ରାଜରାସ୍ତାକୁ ଆସି କ୍ଷମା ମାଗିବାକୁ ଦାବି କରିଥିଲେ । ଶେଷରେ ନୀତୀଶଙ୍କୁ କ୍ଷମା ମାଗିବାକୁ ପଡିଲା ।
ତେବେ ଏହି ଘଟଣାକୁ ନେଇ କେବଳ ବିହାର ନୁହେଁ ଦେଶ ଏବଂ ବିଦେଶରେ ଆଲୋଚନା ହେଉଛି । ନୀତୀଶ କୁମାରଙ୍କ ବିବୃତ୍ତିକୁ ରାଜନେତା, କଳାକାର ମଧ୍ୟ ଘୋର ବିରୋଧ କରି ନିନ୍ଦା କଲେଣି । ମହିଳାମାନେ ସନ୍ତାନ ପ୍ରସବ କରିବାରେ ଦାରିଦ୍ର୍ୟ, ଶିକ୍ଷା ଏବଂ ଜାତି ଧର୍ମର ଭୂମିକାକୁ ନେଇ ରାଜନୀତି କରିବା କେତେଦୂର ଉଚିତ ତାହାକୁନେଇ ପ୍ରଶ୍ନ ହେଉଛି । ମହିଳାଙ୍କ ସମ୍ମାନ ହାନି କରିଥିବା ବିହାରରେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛନ୍ତି ବିରୋଧୀ ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଜନ୍ମହାର ସଂଖ୍ୟା ହ୍ରାସ ପାଇଥିବା ରିପୋର୍ଟ ପ୍ରକାଶ ପାଇଛି । ସାରା ଦେଶରେ ଜନ୍ମହାର କିଛି ବର୍ଷ ହେଲା କମିକମି ଯାଉଛି । ଛୋଟ ପରିବାର ସୁଖି ପରିବାରକୁ ଲୋକେ ଗ୍ରହଣ କରିନେଇ ଜନ୍ମହାରରେ ବ୍ରେକ ଲଗାଉଛନ୍ତି । ଏହା ମଧ୍ୟ ପରିବାରରେ ସ୍ବୀକୃତି ଲାଭ କରୁଛି ।
ଆଜିକାଲି ପରିବାର ଗୋଟିଏ କିମ୍ବା ଦୁଇଟି ସନ୍ତାନ ଚାହୁଁଛନ୍ତି । ତେଣୁ ଟୋଟାଲ୍ ଫର୍ଟିଲିଟି ରେଟ୍ କମି କମି ଯାଉଛି । ତେବେ ଏହାକୁ ନେଇ ନୀତିଶ ଯେଉଁଭଳି ମନ୍ତବ୍ୟ ଦେଇଛନ୍ତି ତାହା କିନ୍ତୁ ଅତ୍ୟନ୍ତ ଅଶୋଭନୀୟ ଦୃଶ୍ୟ ହେଉଛି । ଭାରତର ହାରାହାରି ଟୋଟାଲ ଫରଟିଲିଟି ରେଟ ରହିଛି ହାରାହାରି 2 । ଏହାର ଅର୍ଥ ହେଉଛି ଦେଶର ଜନସଂଖ୍ୟା ବର୍ତ୍ତମାନ ହ୍ରାସ ଆଡକୁ ଯାଉଛି। ତେବେ ବିହାରରେ TFR ର ସଂଖ୍ୟା ହେଉଛି 2.98 | ଏହାର ଅର୍ଥ ହେଉଛି ବିହାରର ମହିଳାମାନେ ଦେଶର ହାରଠାରୁ ଅଧିକ ସନ୍ତାନ ଜନ୍ମ କରୁଛନ୍ତି । କିନ୍ତୁ ଏହା ମଧ୍ୟ ପୂର୍ବ ବର୍ଷ ତୁଳନାରେ କମି କମି ଯାଉଥିବା ରିପୋର୍ଟ କହୁଛି । ଦେଶ କଥା ସହ ବିହାରକୁ ତୁଳନା କଲେ ଦେଶର ଜନସଂଖ୍ୟା ହାରଠୁ ବିହାର ଜନସଂଖ୍ୟା ହାର ଅଧିକ ରହିଛି । ତେଣୁ ବିହାର ବିଧାନସଭାରେ ଏପରି ବକ୍ତବ୍ୟ ଦେବା ନୀତିଶଙ୍କ ପାଇଁ ଉଚିତ ହୋଇନଥିବା ବୁଦ୍ଧଜୀବୀମାନେ ଆଲୋଚନା କରୁଛନ୍ତି ।
ଭାରତରେ ଏବେ ଶିକ୍ଷା ପ୍ରାପ୍ତ ମହିଳାମାନଙ୍କର ସନ୍ତାନ ସର୍ବନିମ୍ନ ସଂଖ୍ୟା 1.78 ରହିଛି।
() ମହିଳା ଏବଂ ପୁରଷଙ୍କ ଶିକ୍ଷା ଦେଶରେ ବଢ଼ିଛି । ଏହା ସହ ସାମାଜିକ ଆର୍ଥିକ କାରଣରୁ ଏବେ ଅଧିକ ସନ୍ତାନ ଆଶା କରୁନାହାଁନ୍ତି ପରିବାର । ତେବେ ନୀତିଶଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନୀତୀଶ କୁମାରଙ୍କର ଲଜ୍ଜା ନାହିଁ। ସେ କହିଛନ୍ତି ନୀତୀଶ କୁମାରଙ୍କ ଏହି ପ୍ରସଙ୍ଗରେ ବିରୋଧୀ ଇଣ୍ଡି ମେଂଟର ନେତାମାନେ କାହିଁକି ଚୁପ୍ ଅଛନ୍ତି? ମୋଦି କହିଛନ୍ତି, “ବିଧାନସଭାରେ ମାଆ ଓ ଭଉଣୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଧାନସଭା ଭିତରେ ଏଭଳି ଭାଷାରେ ଇଣ୍ଡି ମେଂଟର ନେତା ଅଶୋଭନୀୟ କଥା କହିଥିଲେ। ସେମାନଙ୍କଠାରୁ ମହିଳାଙ୍କୁ ସମ୍ମାନ ଆଶା କରିବା ବୃଥା ।