ଓଡ଼ିଶା 365 (ବ୍ୟୁରୋ) : ବାନ୍ତି ଲାଗିବା ଏକ ସାଧାରଣ ସମସ୍ୟା । ଘରେ ହେଉ କିମ୍ୱା ବାହାରେ କିଛି ଲୋକଙ୍କର ବାନ୍ତି ସମସ୍ୟା ରହିଛି । ଥରେ ବାନ୍ତି ହେବା ପରେ ପୂରା ଦିନ ଅସୁସ୍ଥ ଅନୁଭବ ହୁଏ ଓ ଖାଲି ସେତିକି ନୁହେଁ ବରଂ ପୁରାଦିନଟି ଖରାପ ରହେ । ଯଦି ଏହିପରି ସମସ୍ୟା ଆପଣବି ଭୋଗୁଛନ୍ତି ତେବେ କରନ୍ତୁ କିଛି ଏମିତି । ବାନ୍ତି ସମସ୍ୟାକୁ ଘରୋଇ ଉପଚାର ମାଧ୍ୟମରେ ଦୂର କରାଯାଇପାରିବ। ଅଦାରେ ଏଣ୍ଟିମେଟିକ୍ ଗୁଣ ରହିଛି। ଏଣ୍ଟିମେଟିକ୍ ଏପରି ଏକ ଗୁଣ ଯାହା ବାନ୍ତି ଓ ମୁଣ୍ଡ ବୁଲାଇବା ସମୟରେ ରକ୍ଷା କରିଥାଏ । ସେଥିପାଇଁ ବାନ୍ତି ଲାଗିବା ସମୟରେ ଅଦା କିମ୍ୱା ଏହାର ଚାହା ପିଅନ୍ତୁ । ଏପରି କଲେ ଆଉ ବାନ୍ତି ଲାଗିବ ନାହିଁ । ବାହାରକୁ ଯିବା ସମୟରେ ନିଜ ସହିତ ଅଦା ସାଙ୍ଗରେ ନିଅନ୍ତୁ । ଯଦି ବାନ୍ତି ହେବା ପରି ଲାଗୁଛି ତେବେ ଏହାକୁ ଅଳ୍ପ ଅଳ୍ପ ଖାଇବା ପାଇଁ ଚେଷ୍ଟା କରନ୍ତୁ ।
ଲେମ୍ୱୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତି ସମସ୍ୟାକୁ ଦୂର କରିଥାଏ । ଗୋଟିଏ କପ୍ରେ ଗରମ ପାଣି ନିଅନ୍ତୁ ଏବଂ ଏଥିରେ ଗୋଟିଏ ଚାମଚ ଲେମ୍ୱୁ ରସ ଏବଂ ଲୁଣ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ପିଅନ୍ତୁ । ଏହି ମିଶ୍ରଣରେ ଆପଣ ମହୁ ପକାଇ ମଧ୍ୟ ପିଇପାରିବେ। ବାହାରକୁ ଯାତ୍ରା କରିବା ସମୟରେ ଏହାକୁ ପିଇ ଯା’ନ୍ତୁ। ଦେଖିବେ ବେଶ୍ ଉପକାରୀ ସାବ୍ୟସ୍ତ ହେବ । ଗୁଜୁରାତି ବାନ୍ତି ବନ୍ଦ କରିବା ପାଇଁ ସାହଯ୍ୟ କରିଥାଏ । ବାନ୍ତି ଲାଗିବା ସମୟରେ ଗୁଜୁରାତିର ଦୁଇଟି ମଞ୍ଜି ପାଟିରେ ପକାଇ ଧୀରେ ଧୀରେ ଚୋବାନ୍ତୁ। ଏହାଦ୍ୱାରା ବାନ୍ତି ବନ୍ଦ ହୋଇଯାଏ ।
ପୁଦିନା ପେଟର ମାଂସପେଶୀକୁ ଆରାମ ଦେଇଥାଏ । ଏହାର ତେଲ ବାନ୍ତି ବନ୍ଦ କରିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ବାହାରକୁ ଯିବା ସମୟରେ ପୁଦିନା ତେଲର କିଛି ବୁନ୍ଦା ରୁମାଲରେ ପକାଇ ଶୁଙ୍ଘନ୍ତୁ । ଏବା ବ୍ୟତୀତ ଶୁଖିଲା ପୁଦିନା ପତ୍ରକୁ ଗରମ ପାଣିରେ ମିଶାଇ ଚାହା ପ୍ରସ୍ତୁତ କରନ୍ତୁ ଓ ଏଥିରେ ମହୁ ପକାଇ ପିଅନ୍ତୁ । ଦେଖିବେ ବାନ୍ତି ଲାଗୁଥିଲେ, ତାହା ବନ୍ଦ ହୋଇଯିବ । ବାହାରକୁ ଯିବା ପୂର୍ବରୁ ଏହି ମିଶ୍ରଣକୁ ପିଅନ୍ତୁ। ଦେଖିବେ ଯେତେବେଳେ ବି ଆପଣଙ୍କୁ ଲାଗୁଛି କି ବାନ୍ତି ହେବ ବୋଲି ଅନୁଭବ କରୁଛନ୍ତି, ସେହି ସମୟରେ ଖଣ୍ଡେ ଲବଙ୍ଗକୁ ପାଟିରେ ରଖି ଚୁଚୁମିବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ବାନ୍ତି ଲାଗିବା ବନ୍ଦ ହୋଇଯିବ ।