ଓଡ଼ିଶା 365 (ବ୍ୟୁରୋ) : ସାଧାରଣତଃ ଅଧିକ ଲୋକେ ସକାଳୁ ଉଠି ଚା’ ବା କଫି ପିଇଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି ? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇଥାନ୍ତି । ତେବେ ଜାଣନ୍ତୁ ପିଇବା ଫଳରେ ଶରୀରକୁ କେଉଁ ପ୍ରକାରର ଫାଇଦା ମିଳିଥାଏ । ଶୀତ ଦିନେ ମଧ୍ୟ ଏହାର ସେବନ କରିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ । ତେବେ ଏହାକୁ ପିଇବା ଦ୍ୱାରା ଶରୀରକୁ କ’ଣ ସବୁ ଲାଭ ମିଳିଥାଏ ? ଲେମ୍ବୁରେ ଭିଟାମିନ୍ ସି, ପଟାସିୟମ ଏବଂ ଆଇରନ ରହିଥାଏ । ଯାହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୋଇଥାଏ । ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ଏବଂ କାଶ ହେବା ଭଳି ସମସ୍ୟା ଦେଖା ଯାଇ ନ ଥାଏ ।
ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ମାଧ୍ୟମରେ ବାହାରକୁ ବାହାରି ଯାଇଥାଏ । ଯାହାଦ୍ୱାରା ପାଚନ କ୍ରିୟା ମଜବୁତ୍ ହୋଇଥାଏ । ଏହା ସକାଳ ସମୟରେ ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଅପଚ ବା କୋଷ୍ଠକାଠିନ୍ୟ ସମସ୍ୟାରୁ ଆରାମ ମିଳିଥାଏ । ଗରମ ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ । ଏହା ସହ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରି ଯକୃତକୁ ସକ୍ରିୟ କରିଥାଏ । ସକାଳୁ ଖାଲିପେଟରେ ଲେମ୍ବୁ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବଢ଼ିବା ସହ ଫ୍ୟାଟ୍ କମ ହୋଇଥାଏ । ଏହା ଦ୍ୱାରା ଓଜନ ବୃଦ୍ଧି ଭଳି ସମସ୍ୟା ଦେଖାଯାଇ ନ ଥାଏ ।