ଓଡ଼ିଶା 365 (ବ୍ୟୁରୋ) : ଗାଜର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଗାଜର ରସ ସେବନ କରିବା ଦ୍ୱରା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ହୋଇଥାଏ । ତେବେତ ମଧୁମେହ ରୋଗକୁ ଛାଡ଼ି ଗାଜର ସମସ୍ତ ରୋଗ ପାଇଁ ସେବନ କରାଯାଇପାରିବ । ଗାଜର ରସରେ ଭିଟାମିନ୍ ଏ,ବି,ସି,ଡି,ଇ,ଜି ଏବଂ କେ ମିଳିଥାଏ । କଞ୍ଚା ଗାଜର ଖାଇବା ଦ୍ୱରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ପୋଲିଓ ପାଇଁ ପ୍ରାକୃତିକ ଔଷଧ । ଏହାକୁ ଖାଇବା ଲ୍ୟୁକୋମିଆ ଏବଂ ପେଟ କ୍ୟାନସର ପାଇଁ ଲାଭଦାୟକ । ଗାଜର ଖାଇବା ଦ୍ୱାରା କୋଷ ଏବଂ ଧମନୀକୁ ଶକ୍ତି ମିଳିଥାଏ । ପୁରୁଷଙ୍କ ପାଖରେ ଗୋଟିଏ ନୁହେଁ ବରଂ ଏପରି ଅନେକ କାରଣ ରହିଛି, ଯାହା ଗାଜର ଖାଇବା ପାଇଁ ପର୍ଯ୍ୟାପ୍ତ ହୋଇଥାଏ । ଆପଣ ଜାଣିଛନ୍ତି କି ଗାଜର ପୁରୁଷଙ୍କୁ ଅନେକ ରୋଗରୁ ଦୂରେଇ ରଖିଥାଏ । ପୁରୁଷଙ୍କୁ ସପ୍ତାହରେ ଅତିକମରେ ୨ଦିନ ଗାଜର ଖାଇବା ଉଚିତ୍ ।
ଗାଜରର ଜୁସ୍ ପିଇବା ଦ୍ବାରା ରକ୍ତ ପରିଷ୍କାର ହୋଇଥାଏ । ଆପଣଙ୍କୁ କଞ୍ଚା ଗାଜର ଖାଇବା ଆବଶ୍ୟକ। ଯଦି ଆପଣଙ୍କୁ ହଜମ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଆପଣ ଦିନରେ ଗୋଟିଏ ଲାଲ ଗାଜର ଖାଆନ୍ତୁ। ଯଦି ଆପଣଙ୍କୁ ଗ୍ୟାଷ୍ଟ୍ରିକ୍ ସମସ୍ୟା ରହିଛି ତେବେ ଆପଣଙ୍କୁ ଦିନକୁ ଅନେକ ଥର ଗାଜର ଖାଇବା ଆବଶ୍ୟକ । ଗାଜରକୁ ଆପଣ ରାତ୍ରି ଭୋଜନ ପରେ ମଧ୍ୟ ଖାଇ ପାରିବେ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଗାଜରର ଜୁସ୍ ପିଇବା ଜରୁରୀ ଅଟେ । ଏହା ଆପଣଙ୍କ ଆଖି ପାଇଁ ଲାଭଦାୟକ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ୍ ରହିଥାଏ,ଯାହା ଯକୃତକୁ ଯାଇ ଭିଟାମିନରେ ରୂପାନ୍ତରିତ ହୋଇଥାଏ ଏବଂ ଟ୍ରାନ୍ସଫର୍ମ ହୋଇଥାଏ ।