ଓଡ଼ିଶା 365 (ବ୍ୟୁରୋ) : ଶରୀର ପାଇଁ ସମ୍ପୂର୍ଣ୍ଣ ଲାଭଦାୟକ ପରିବା ମୂଳା । ମୂଳା ପେଟର ବିଭିନ୍ନ ରୋଗ ଏବଂ ପାକସ୍ଥଳୀ ନିମନ୍ତେ ଲାଭଦାୟକ ହୋଇଥାଏ । ଆଜିକାଲି ଅଧିକାଂଶ ଲୋକ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ସାଧାରଣତଃ କେହି କେହି ମୂଳା ଖାଇବା ପସନ୍ଦ କରିନଥାନ୍ତି ତ ଆଉ କେହି କେହି କଞ୍ଚା ମୂଳା ଖାଇଥାନ୍ତି ମଧ୍ୟ । ଯଦି ପ୍ରତିଦିନ ଆପଣ ମୂଳା ଖାଇବେ ତେବେ ଆପଣଙ୍କ ପେଟ ସବୁବେଳେ ଠିକ୍ ରହିବ । ମୂଳାରେ ଏନ୍ଥୋସ୍ୟାନିଂସ୍ ରହିଥାଏ ଯାହା ଆମକୁ ଅନେକ ପ୍ରକାର ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ମୂଳା ଖାଇଲେ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ । ପୁଷ୍ଟିସାରରେ ଗଢ଼ା ମୂଳା: ମୂଳା ପୁଷ୍ଟିସାରରେ ଗଢ଼ା ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ। ୧୦୦ଗ୍ରାମ୍ ମୂଳାରେ ୧୮ଗ୍ରାମ୍ କ୍ୟାଲୋରୀ,୦.୧ ଗ୍ରାମ୍ ଚର୍ବି,୪.୧ଗ୍ରାମ୍ କାର୍ବୋହାଇଡ୍ରେଟ୍,୧.୬ଗ୍ରାମ୍ ଫାଇବର,୨.୫ଗ୍ରାମ୍ ସୁଗାର,୦.୬ଗ୍ରାମ୍ ପ୍ରୋଟିନ୍,୩୬% ଭିଟାମିନ୍ ସି,୨% କ୍ୟାଲସିୟମ୍,୪% ମ୍ୟାଗ୍ନେସିୟମ୍ ରହିଥାଏ ।
ମୂଳା ବୃକକ୍ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ମୂଳାରେ ଫାଇବର ଅଧିକ ରହିଥାଏ ଯାହା କୋଷ୍ଠକାଠିନ୍ୟ ପାଇଁ ଲାଭଦାୟକ ହୋଇଥାଏ। ଏହା ଅନ୍ତ୍ରକୁ ସୁସ୍ଥ ରଖିଥାଏ। ମୂଳା ହଜମ କ୍ରିୟାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ପେଟ ସମ୍ବନ୍ଧୀୟ ରୋଗରେ ଯଦି ମୂଳା ରସରେ ଅଦା ରସ ଲେମ୍ବୁ ମିଶାଇ ପିଇବେ ତେବେ କ୍ଷୁଧା ବଢ଼ିଥାଏ । ପେଟ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମୂଳା ଏକ ହଜମ ଔଷଧ ଭାବରେ କାମ କରିଥାଏ । ମୂଳା ରସ ପେଟରୋଗ ପାଇଁ ରାମବାଣ ପରି କାମ କରିଥାଏ । ଯଦି ପେଟରେ ଭାରିପଣ ଅନୁଭବ ହୁଏ ତେବେ ମୂଳା ରସରେ ଲୁଣ ମିଶାଇ ପିଇଲେ ଆରାମ ମିଳିଥାଏ ।
ପାକସ୍ଥଳୀରେ କୈାଣସି ପ୍ରକାର ସମସ୍ୟା ପରିଲକ୍ଷିତ ହେଲେ ନିୟମିତ ଖାଦ୍ୟରେ ମୂଳା ଖାଇବା ଉଚିତ୍ । ଏହା ସହିତ ପୋଲିଓ ରୋଗରେ ମଧ୍ୟ ମୂଳା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥାଏ । ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ବାରା ପୋଲିଓ ରୋଗ ଠିକ୍ ହୋଇଯାଇଥାଏ । ମୂଳାରେ ଆଣ୍ଟି ହାଇପରଟେଁସିଭ ଗୁଣ ରହିଥାଏ ଯାହା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ଭୂମିକା ଗ୍ରହଣ କରିଥାଏ । ମୂଳାରେ ଯଥେଷ୍ଟ ମାତ୍ରାରେ ପୋଟାସିୟମ୍ ଥାଏ ଯାହା ରକ୍ତଚାପକୁ ବଢ଼ିବାକୁ ଦିଏନାହିଁ ।