ଓଡ଼ିଶା 365 (ବ୍ୟୁରୋ) : ପାଟି କୁ ଯେତିକି ସୁଆଦ ଶରୀର ପାଇଁ ମଧ୍ୟ ସେତି ହିତକାର ଆତ । ଆତ ଖାଇବା ଦ୍ୱାରା ଅନେକ ରୋଗରୁ ମିଳିଥାଏ ଉପଶମ । ଏହିଫଳରେ ରହିଛି ଭିଟାମିନ-ଇ ଏବଂ ସି । ଯାହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆତରେ ଫାଇବର ଥିବାରୁ ଏହା ପାଚନ କ୍ରିୟାକୁ ସଠିକ କରିଥାଏ । ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ ।
ଆତରେ ଅଧିକ ମାତ୍ରାରେ ଭିଟାମିନ୍-୬ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ଆତ ଗଛର ପତ୍ରରୁ ୟୁନାନି ଔଷଧ ତିଆରି ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଆତରେ ଥିବା କପର ଓ ଆଇରନ ଗର୍ଭବତୀ ମହିଳା ଓ ପିଲା ପାଇଁ ବହୁତ ଉପକାରୀ ଅଟେ । ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କିଛି ମାତ୍ରାରେ ଦୂର ହୋଇଥାଏ । ରକ୍ତଭାବ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍ ରୋଗୀମାନଙ୍କ ପାଇଁ ଆତ ଲାଭଦାୟକ ବୋଲି ବିଶେଷଜ୍ଞଙ୍କ ମତ ।