ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ପବିତ୍ର ରିସ୍ତା ଫେମ୍ ଅଙ୍କିତା ଲୋଖଣ୍ଡେ । ବର୍ତ୍ତମାନ ଅଙ୍କିତା ଓ ତାଙ୍କ ସ୍ୱାମୀ ଭିକି ଜୈନଙ୍କୁ ବିଗବସ୍ ୧୭ରେ ଦେଖିବାକୁ ମିଳୁଛି । ଦୁହେଁ ବିଗବସରେ କେତେବେଳେ ରୋମାନ୍ସ କରୁଛନ୍ତି ତ ଆଉ କେତେବେଳେ ଝଗଡ଼ା କରୁଥିବାର ଦେଖିବାକୁ ମିଳେ । ନିକଟରେ ଲାଇଭ୍ ଷ୍ଟ୍ରିମରେ ତହଲକା ଓରଫ୍ ସନି ଆର୍ଯ୍ୟ ଘରର ସଦସ୍ୟମାନଙ୍କ ସହ ବସି ସେମାନଙ୍କ ଭବିଷ୍ୟତ ବିଷୟରେ କଥା ହୋଇଥିବା ଦେଖିବାକୁ ମିଳିଥିଲା।ମନ୍ନାରା ଚୋପ୍ରାଙ୍କ କ୍ୟାରିୟର ବିଷୟରେ କହିବା ପରେ ସନି ଭିକିଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ଭିକିଙ୍କର କେବଳ ଦୁଇଜଣ ଅତି ଘନିଷ୍ଠ ବନ୍ଧୁ ଅଛନ୍ତି। ଅଙ୍କିତାଙ୍କ ପୂର୍ବରୁ ସେ ସେମାନଙ୍କ ସହିତ ନିଜ ଜୀବନର ପ୍ରତ୍ୟେକ କଥା ସେୟାର କରୁଥିଲେ।
ଏହାପରେ ସନ୍ନିଙ୍କୁ ଅଙ୍କିତା ଆଗାମୀ ବର୍ଷ ବିଷୟରେ ପଚାରିଥିଲେ। ସନି କହିଥିଲେ ଯେ, ଆପଣଙ୍କ ପରବର୍ତ୍ତୀ ବର୍ଷ ବହୁତ ଶୁଭ ହେବାକୁ ଯାଉଛି। ଆପଣ ସନ୍ତାନ ପ୍ଲାନ୍ କରୁଛନ୍ତି ଏବଂ ଖୁବଶୀଘ୍ର ଆପଣଙ୍କ କୋଳକୁ ଏକ କନ୍ୟା ସନ୍ତାନ ଆସିପାରେ। ଏହାସହିତ ଆପଣଙ୍କୁ ଏକ ବଡ଼ ପ୍ରୋଜେକ୍ଟ ମଧ୍ୟ ମିଳିପାରେ। ସେ ଆହୁରି କହିଛନ୍ତି ଯେ, ଆପଣ ୨୦୨୫ରେ ଯାଆଁଳା ଶିଶୁ ଜନ୍ମ ଦେବେ, ଯାହା ଶୁଣି ଅଙ୍କିତା ବହୁତ ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।