ଓଡ଼ିଶା 365 (ବ୍ୟୁରୋ): ସୁବର୍ଣ୍ଣପୁରରେ ସତ୍ୟାଗ୍ରହ କରିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ସତ୍ୟାଗ୍ରହ ଆନ୍ଦୋଳନ କରିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ। କମ୍ପାନୀର ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରସ୍ତ କରାଇବାକୁ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ଓଡ଼ିଶାରେ ଚିଟଫଣ୍ଡ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ଡାକରାରେ ହଜାର ହଜାର ମହିଳା ଓ ପୁରୁଷ କ୍ଷତିଗ୍ରସ୍ତ ଜମାକାରୀମାନେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ସହରର ରୟାଲ ପଡ଼ିଆ ଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଜମାକାରୀମାନେ । ଆବାହକ ଜୟନ୍ତ ଦାଶଙ୍କ ନେତୃତ୍ୱରେ ହୋଇଥିବା ଗଣ ସତ୍ୟାଗ୍ରହରେ ଚିଟଫଣ୍ଡ ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସୁବର୍ଣ୍ଣପୁର ଜିଲ୍ଲାର କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ଜଣାଇଛନ୍ତି ଜମାକାରୀମାନେ ।