ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଆଙ୍କୁ ଗୁରୁ ଦାୟିତ୍ବ, ହଁ ଆଜ୍ଞା ଭାରତୀୟ ରିଜର୍ଭ ବ୍ୟାଙ୍କରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ମିଳିଲା ଗୁରୁ ଦାୟିତ୍ବ । ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ମନୋରଞ୍ଜନ ମିଶ୍ର । ଚଳିତମାସ ଆରମ୍ଭରୁ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ମିଳିଛି । ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆରବିଆଇ ବ୍ୟାଙ୍କର ପ୍ରବର୍ତ୍ତନ, ରିକ୍ସମନିଟରିଂ, ବାହ୍ୟ ନିବେଶ ଓ ପରିଚାଳନା ଦାୟିତ୍ୱରେ ରହିବେ । ଏନେଇ ଆରବିଆଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଦାୟିତ୍ୱ ନେବା ପୂର୍ବରୁ ସେ ନିୟାମକ ବିଭାଗରେ ମୁଖ୍ୟ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟ ତୁଲାଉଥିଲେ । ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ୍ ଦି ଇୟର ୨୦୨୩ ସମ୍ମାନରେ ସମ୍ମାନିତ କରାଯାଇଛି । ଇଂଲଣ୍ଡରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
୧୯୮୦ ବ୍ୟାଚ ତାମିଲନାଡୁ କ୍ୟାଡରର ଆଇଏଏସ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନେଇ ୨୦୧୬ ମସିହାରେ ଜୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ସେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ କେନ୍ଦ୍ର ସରକାର ବିମୁଦ୍ରିକରଣ କରିଥିଲେ । ଯାହାକୁ ଶକ୍ତିକାନ୍ତ ଦାସ ନିଜେ ସମ୍ଭାଳିଥିଲେ । ନିକଟରେ ଓଡିଶାର ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ନିଯୁକ୍ତି ପାଇଛନ୍ତି । ନଭେମ୍ବର ୧ ତାରିଖରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ରଶ୍ମି ରଞ୍ଜନ ବର୍ତ୍ତମାନ ଜମ୍ମୁ କାଶ୍ମୀର ସିଆଇଡିର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଗତ ୩୧ରେ ଦିଲବାଗ ସିଂହ କାର୍ଯ୍ୟରୁ ଅବସରରେ ନେବା ପରେ ଜମ୍ମୁ କାଶ୍ମୀରର ନୂଆ ଡିଜିପି ଭାବେ ସ୍ଥାନ ନେଇଥିଲେ ରଶ୍ମି ରଞ୍ଜନ ସ୍ୱାଇଁ ।