ଓଡ଼ିଶା 365 (ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲଜୀ ଟଣ୍ଡନଙ୍କ ପୁତ୍ର ତଥା ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ଅଶୁତୋଷ ଟଣ୍ଡନଙ୍କର ଦୀର୍ଘ ଦିନର ଅସୁସ୍ଥତା ପରେ ଦେହାନ୍ତ ହୋଇଛି। ଗୁରୁବାର ଦିନ ମିଳିଥିବା ସୂଚନା ଅନୁଯାୟୀ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ ଏବଂ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଏହି ରୋଗ ସହ ଦୀର୍ଘ ଦିନ ହେବ ଲଢୁଥିଲେ ଏବଂ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ।
ଆଶୁତୋଷ ଟଣ୍ଡନଙ୍କ ଦେହାନ୍ତ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ସମବେଦନା ଜଣାଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଲକ୍ଷ୍ନø ପୂର୍ବ ବିଧାୟକ ଆଶୁତୋଷ ଟଣ୍ଡନ ଓରଫ ଗୋପାଳଜୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ରାଜନୈତିକ ଜୀବନ ଲକ୍ଷ୍ନøର ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହୋଇଥିଲା। ଦଳକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।