ଓଡ଼ିଶା 365 (ବ୍ୟୁରୋ): ଆଜି ଗଡ଼ିବନି ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ । ଗତକାଲି ମଇଁଷିକୁ ବାଡ଼େଇ ଲାଇନଚ୍ୟୁତ ହୋଇଥିଲା। ତେଣୁ ଆଜି ପାଇଁ ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି । ଏନେଇ ସମ୍ବଲପୁର ରେଲ୍ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସରଲା-ସମ୍ବଲପୁର ସେକ୍ସନରେ ଅନ୍ୟ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ସଂଧ୍ୟା ପ୍ରାୟ ୭ଟା ବେଳେ ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ମେମୁ ଟ୍ରେନ ସରଲା ନିକଟରେ ଲାଇନଚ୍ୟୁତ ହୋଇଥିଲା। ଏକ ମଇଁଷିକୁ ଧକ୍କା ଦେବା ପରେ ଧାରଣାରୁ ଖସି ଯାଇଥିଲା ମେମୁ ଟ୍ରେନ। ଟ୍ରେନରେ ପ୍ରାୟ ୨୦୦ ଜଣ ଯାତ୍ରୀ ଥିଲେ l ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ଘଟିନଥିଲା। ତେବେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଆଣିଥିଲେ।