ଓଡ଼ିଶା 365 (ବ୍ୟୁରୋ) : ଗ୍ରୀନ ମଟର ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ । ଗ୍ରୀନ ମଟରରେ ଫାଇବର ଓ ପ୍ରୋଟିନ ଭରପୁର ମାତ୍ରାରେ ରହିଥାଏ । ଏହା ଶରୀରରେ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେୟ ରୋଗୀଙ୍କୁ ନିଜର ଡାଏଟରେ ଏହାକୁ ବ୍ୟବହାର କରିବା ଉଚିତ । ଏହାର ସେବନ ଦ୍ଵାରା କଲେଷ୍ଟ୍ରଲ ବଢିବାର ସମସ୍ୟା କମ୍ ହୋଇଥାଏ । ଏହା ହୃତପିଣ୍ଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ମଟରରେ ଆଇରନ, ଜିଙ୍କ, କପର, ଆଣ୍ଟିଅକ୍ସାଇଡ ରହିଥାଏ । ଏହା ଶରୀରରେ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ, କ୍ୟାଲସିୟମ, ଫାଇବର, ଆଇରନ, ଆଣ୍ଟି ଆକ୍ସାଇଡ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥିବାରୁ ହଜମ ପ୍ରକ୍ରିୟା ଠିକ ହୋଇଥାଏ । ପେଟ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଫାଇବର ଅଧିକ ରହିଥାଏ, କିନ୍ତୁ କ୍ୟାଲୋରି ଏବଂ ଫ୍ୟାଟର ମାତ୍ରା କମ୍ ରହିଥାଏ । ଏହାର ସେବନ ଦ୍ଵାରା ଶରୀରର ଓଜନ ନିୟନ୍ତ୍ରଣରେ ରହିଥାଏ ।