ଓଡ଼ିଶା 365 (ବ୍ୟୁରୋ) : ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକଙ୍କୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ । ଏଥିମଧ୍ୟରୁ କିଡନୀ ଜନିତ ସମସ୍ୟା ଅନ୍ୟତମ । ବିଶେଷ କରି ଜଙ୍କ ଫୁଡ ଖାଇବା ଦ୍ୱାରା ନାନା ରୋଗ ହେବାର ଆଶଙ୍କା ରହିଛି । ତେବେ ଏହି ରୋଗମାନଙ୍କ ମଧ୍ୟରୁ ଗୋଟିଏ ହେଲା କିଡନୀ ଷ୍ଟୋନ । କିଡନୀ ଷ୍ଟୋନରୁ ବଞ୍ଚିବା ନିହାତି ଆବଶ୍ୟକ । ଶରୀରରୁ କ୍ଷତିକାରକ ଟକ୍ସିନ ବାହାର କରିବାରେ କିଡନୀ କାମ କରିଥାଏ । ଏହାସହ ଶରୀରରେ ଜଳ ସ୍ତର ଇ ଅନ୍ୟାନ୍ୟ ତରଳ ପଦାର୍ଥ, କେମିକାଲ ଓ ମିନେରାଲ ସ୍ଥର ବଜାୟ ରଖିବା ମଧ୍ୟ କିଡନୀର କାମ ହୋଇଥାଏ । କିଡନୀକୁ ସବୁବେଳେ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବା ଉଚିତ ।ତେବେ କିଡନୀ ଷ୍ଟୋନରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ କିଛି ଦୈନନ୍ଦିନ ଅଭ୍ୟାସ ପ୍ରବର୍ତ୍ତନ କଲେ କିଡନୀ ଷ୍ଟୋନ ଉତ୍ପର୍ଣ୍ଣ ହେବନାହିଁ । କାରଣ କିଡନୀ ଷ୍ଟୋନ ଶରୀରରେ ନକାରାତ୍ମକ ପ୍ରଭାବ ପକାଇଥାଏ । କିଡନୀ ଷ୍ଟୋନ ଲକ୍ଷଣକୁ ଶୀଘ୍ର ଚିହ୍ନଟ କରିବା ଓ ସଠିକ ସମୟରେ ଏହାର ଚିକିତ୍ସା କରିବା ଉଚିତ ।
କିଡନୀ ଷ୍ଟୋନ ପାଇଁ ଘରୋଇ ଉପଚାର ମଧ୍ୟ ରହିଛି । ଅନେକ ଲୋକ ଘରୋଇ ଉପଚାର ଆପଣେଇଥାନ୍ତି ଯାହା ସଫଳ ପ୍ରମାଣିତ ହୋଇଥାଏ । କିନ୍ତୁ କିଡନୀ ଷ୍ଟୋନ ନ ହେବା ପାଇଁ ୩ଟି ଅଭ୍ୟାସ ନିହାତି ଜରୁରୀ । ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ପାଣି ପାଚନ କ୍ରିୟାକୁ ମଧ୍ୟ ଠିକ ରଖିବାରେ ସାହାଯ୍ୟ କରିଥାଏ । ଯେତେ ଅଧିକ ପାଣି ପିଇବେ ପରିସ୍ରା ମାଧ୍ୟମରେ ଶରୀରର ଟକ୍ସିନ ବାହାରିଯିବ । ଷ୍ଟୋନ ପାଇଁ ସବୁଠାରୁ ଶ୍ରେୟସ୍କର ଏବଂ ଘରୋଇ ଉପଚାର ହେଲା ଅଧିକ ମାତ୍ରାରେ ପାଣି ପିଇବା ନିହାତି ଜରୁରୀ । ସାଧାରଣ ବ୍ୟକ୍ତିଙ୍କୁ ଦିନକୁ ୮ ରୁ ୧୦ ଗ୍ଲାସ ପାଣି ପିଇବା ଉଚିତ । ଯଦି କାହାକୁ କିଡନୀ ଷ୍ଟୋନ ସମସ୍ୟା ରହିଛି ତାହେଲେ ଆହୁରି ଅଧିକ ପାଣି ପିଇବା ଉଚିତ । ଏପଲ ସାଇଡ଼ର ଭିନେଗାର ସପ୍ତାହକୁ ଥରେ ସେବନ କରିବା ଉଚିତ । ଏହା କେବଳ ଓଜନ ନିୟନ୍ତ୍ରଣ କରିନଥାଏ ବରଂ କିଡନୀ ଷ୍ଟୋନ ଆଶଙ୍କା ମଧ୍ୟ ଦୂର ହୋଇଥାଏ ।
ଏପଲ ସାଇଡ଼ର ଭିନେଗାରରେ ସାଇଟରିକ ଏସିଡ ରହିଛି ଯାହା ଷ୍ଟୋନକୁ ଗୁଣ୍ଡ କରିବାର କାମ କରିଥାଏ । ଏହା ଦ୍ୱାରା ଆପଣ କିଡନୀ ଷ୍ଟୋନରୁ ମୁକ୍ତି ପାଇପାରିବେ । ଏହା ଶରୀରର ଟକ୍ସିନ ବାହାର କରିବାରେ ସାହାଯ୍ୟ କରିଥାଏ । ଏପଲ ସାଇଡ଼ର ଭିନେଗାର ସେବନ କଲାବେଳେ ଏହାର ମାତ୍ରା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ କାରଣ ଅଧିକ ମାତ୍ରାରେ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଉଷୁମ ପାଣିରେ ଛୋଟ ଚାମଚରେ ଦୁଇ ଚାମଚ ଏପଲ ସାଇଡ଼ର ଭିନେଗାର ମିଶାଇ ପିଇପାରିବେ । ଯଦି ଆପଣ ଅଧିକ ମାତ୍ରାରେ ସୋଡିୟମ ସେବନ କରୁଛନ୍ତି ତାହେଲେ ଆପଣଙ୍କୁ କିଡନୀ ସମସ୍ୟା ହେବାର ସମ୍ଭାବନା ରହିଛି । ଅଧିକ ମାତ୍ରାରେ ସୋଡିୟମ ସେବନ ହୃଦୟକୁ କ୍ଷତି ପହଞ୍ଚାଇବା ସହ କିଡନୀକୁ ମଧ୍ୟ ଖରାପ କରିଥାଏ । ଅଧିକ ମାତ୍ରରେ ସୋଡିୟମ ସେବନ ରକ୍ତରେ କ୍ୟାଲସିୟମ ଅବଶୋଷଣକୁ ରୋକିଥାଏ ଯାହା ଦ୍ୱାରା କଲିଜାରେ କ୍ୟାଲସିୟମ ପଥୁରୀ ହେବାର ସମ୍ଭାବନା ଥାଏ ।