ଓଡ଼ିଶା 365 (ବ୍ୟୁରୋ): ଗାଧୋଇବା ସମୟରେ ହେଉ ଅଥବା ଅନ୍ୟ ସମୟରେ ପ୍ରାୟ ସମସ୍ତେ ଲୋକ ପ୍ରତିଦିନ ସାବୁନ ବ୍ୟବହାର କରିଥାଆନ୍ତି। ଶରୀରକୁ ପରିଷ୍କାର ରଖିବା ପାଇଁ ସାବୁନର ବ୍ୟବହାର ନିହାତି ଦରକାର। କିନ୍ତୁ ଆମ ଶରୀରରେ ଏମିତି ଅଙ୍ଗ ଅଛି ଯେଉଁଠି ସାବୁନ ଲଗାଇବା ଅନୁଚିତ୍। କାରଣ ସେହି ସବୁ ସ୍ଥାନରେ ସାବୁନ ଲଗାଇବା ଦ୍ବାରା ସେହି ଅଙ୍ଗରେ କ୍ଷତି ପହଞ୍ଚିଥିାଏ। ଆସନ୍ତୁ ଜାଣିବା ସେହି ଅଙ୍ଗଗୁଡ଼ିକ ବିଷୟରେ
କେଶ : ଅଧିକାଂଶ ଗାଁର ଲୋକେ କେଶକୁ ଧୋଇବା ପାଇଁ ସାବୁନ ବ୍ୟବହାର କରିଥାଆନ୍ତି। କିନ୍ତୁ କେଶକୁ ଧୋଇବା ପାଇଁ କଦାପି ସାବୁନ ବ୍ୟବହାର କରନ୍ତୁ ନାହିଁ। କେଶକୁ ସବୁବେଳେ ସାମ୍ପୁରେ ଧୋଇବା ଉଚିତ୍। କାରଣ ସାବୁନ ବ୍ୟବହାର କରିବା ଦ୍ବାରା କେଶ ଦୁର୍ବଳ ହୋଇଯାଇଥାଏ ଏବଂ ଝଡ଼ିବାକୁ ଲାଗିଥାଏ। କେବଳ ଏତିକି ନୁହେଁ କେଶରେ ଉକୁଣୀ ମଧ୍ୟ ହୋଇଥାଏ। ସେଥିପାଇଁ ସବୁବେଳେ ସାମ୍ପୁ ବ୍ୟବହାର କରନ୍ତୁ ଏବଂ ନିଜର କେଶର ଯତ୍ନ ନିଅନ୍ତୁ।
ନାକ : କେବେ ନାକରେ ସାବୁନ ଲଗାଇବା ଉଚିତ୍ ନୁହେଁ। ଯଦି ବି ଆପଣ ନାକରେ ସାବୁନ ଲଗାଉଛନ୍ତି ତାହେଲେ ସାବୁନର ଫେଣକୁ ନାକ ଭିତରେ ଯିବାକୁ ଦିଅନ୍ତୁ ନାହିଁ। କାରଣ ସାବୁନ ଫେଣ ନାକ ଭିତରେ ଯିବା ଦ୍ବାରା ନାକରେ ଜ୍ବଳନ ହୋଇଥାଏ। ଏହା ଦ୍ବାରା ମସ୍ତିଷ୍କରେ ମଧ୍ୟ କୁପ୍ରଭାବ ପଡ଼ିଥାଏ।
ମୁହଁ : ପ୍ରାୟ ଲୋକ ମୁହଁରେ ସାବୁନ ଲଗାଇଥାଆନ୍ତି। କେତେକ ସାବୁନ କିଛି ଖଟା ଜିନିଷରୁ ପ୍ରସ୍ତୁତ ହୋଇଥାଏ। ଏଥିପାଇଁ ମୁହଁରେ ସାବୁନ ଲଗାଇବା ଦ୍ବାରା କୁପ୍ରଭାବ ପଡ଼ିଥାଏ ଏବଂ ତ୍ବଚାରେ କ୍ଷତି ପହଞ୍ଚିଥାଏ। କାରଣ ମୁହଁର ତ୍ବଚା କୋମଳ ହୋଇଥାଏ। ମୁହଁରେ ସାବୁନ ପରିବର୍ତ୍ତେ ଫେସଓ୍ବାଶ ବ୍ୟବହାର କରନ୍ତୁ।