ଓଡ଼ିଶା 365 (ବ୍ୟୁରୋ) : ଗୋଲମରିଚରେ ରହିଛି ଅନେକ ଉପକାରିତା । ଗୋଲମରିଚ ଯାହା ସବୁବେଳେ ରୋଷେଇ ଘରେ ରହିଥାଏ । ତାହା କେବଳ ମସଲାରରେ ବ୍ୟବହାର କରାଯାଏ ନାହିଁ ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ତେବେ ଜାଣନ୍ତୁ ଯଦି ସକାଳେ ଖାଲି ପେଟରେ ଉଷୁମ ପାଣିରେ ଗୋଲମରିଚ ଖାଇଥାନ୍ତି, ତେବେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ । ତେବେ ଚାଲନ୍ତୁ ଜାଣିବା ଗୋଲ ମରିଚର ବିଭିନ୍ନ ଉପକାରିତା ବିଷୟରେ ଉଷୁମ ପାଣି ସହିତ ଗୋଲମରିଚ ଖାଇବା ଦ୍ୱାରା ଶରୀରର କ୍ଷମତା ବଢିଥାଏ । ଶରୀରରେ ଜଳର ଅଭାବକୁ ନିୟନ୍ତ୍ରଣ କରିବା ସହିତ ଭିତରେ ଥିବା ଅମ୍ଳତା ସମସ୍ୟାକୁ ମଧ୍ୟ ଶେଷ କରିଥାଏ । ଗୋଲମରିଚକୁ ଉଷୁମ ପାଣି ସହିତ ଖାଇବା ଦ୍ୱାରା ଶରୀରରେ ବଢୁଥିବା ଚର୍ବିକୁ ହ୍ରାସ କରିଥାଏ ।
କୋଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ଗୋଲମରିଚ ଖାଇବା ଅତ୍ୟନ୍ତ ଲାଭଦାୟକ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ କପ୍ ପାଣିରେ ଲେମ୍ବୁ ରସ, ଗୋଲମରିଚ ଗୁଣ୍ଡ ଏବଂ ଲୁଣ ମିଶାଇ ଏହାକୁ ପିଇବା ଦ୍ୱାରା କିଛି ଦିନ ମଧ୍ୟରେ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ସମସ୍ୟାଦୂର ହୋଇଥାଏ । ଗରମ କ୍ଷୀରରେ ମିଶ୍ରିତ ଗୋଲମରିଚ ମିଶାଇ ପିଇବା ଦ୍ୱାରା ଥଣ୍ଡାରୁ ଆରାମ ଦେଇଥାଏ । ଏହା ବ୍ୟତୀତ, ବାରମ୍ବାର ଥଣ୍ଡା କିମ୍ବା କ୍ରମାଗତ ଭାବରେ ଛିଙ୍କ ଆସୁଥିଲେ, ତେବେ ପ୍ରତିଦିନ ଗୋଲ ମରିଚ ସଂଖ୍ୟାକୁ ଏକରୁ ପନ୍ଦର ପର୍ଯ୍ୟନ୍ତ ବୃଦ୍ଧି କରି ଖାଇବା ଆରମ୍ଭ କରନ୍ତୁ ଏବଂ ତା’ପରେ ପ୍ରତିଦିନ ପନ୍ଦରରୁ ଏକକୁ ହ୍ରାସ କରନ୍ତୁ । ଏହା କରିବା ଦ୍ୱାରା ଆପଣ ଥଣ୍ଡା ସମସ୍ୟାରୁ ମୁକ୍ତି ପାଇପାରିବେ ।