ଓଡ଼ିଶା 365 (ବ୍ୟୁରୋ) : ଗାଁଠାରୁ ସହର ସବୁଠିଁ ଏହି ଫୁଲର ଚାହିଦା । ଆୟୁର୍ବେଦରେ ଅପରାଜିତାଙ୍କୁ ଗୋଟିଏ ଜଡିବୁଟି ଭାବରେ ଗୁରୁତ୍ୱ ଦିଆଯାଇଛି l ବିଶେଷ କରି ଅପରାଜିତା ଫୁଲ ବର୍ଷା ଋତୁରେ ଅଧିକ ଫୁଟିଥାଏ l ଏହାର ଆୟୁର୍ବେଦରେ ବହୁଳ ପରିମାଣରେ ବିଭିନ୍ନ ରୋଗ ପାଇଁ ଉପଚାର କରାଯାଇଥାଏ l ଅପରାଜିତା ଦୁଇ ପ୍ରକାରର ଦେଖିବାକୁ ମିଳେ ଗୋଟିଏ ହେଉଛି ଧଳା ଓ ଅନ୍ୟଟି ହେଉଛି ନୀଳ l ତେବେ ଜାଣନ୍ତୁ ଅପରାଜିତା ଫୁଲରେ ହେଉଥିବା ରୋଗର ଉପଚାର ବିଷୟରେ । ମୁଣ୍ଡବିନ୍ଧା ହେଉଥିଲେ ଅପରାଜିତାର ବ୍ୟବହାର କରାଯାଇଥାଏ ,ଏହାକୁ ଗୋଟିଏ ଯନ୍ତ୍ରଣା ନାଶକ ଔଷଧ ବୋଲି ମଧ୍ୟ କୁହାଯାଏ lଯେଉଁ ସମୟରେ ମୁଣ୍ଡବିନ୍ଧା ହେଉଛି ସେତେବେଳେ କଞ୍ଚା ଅପରାଜିତା ମଞ୍ଜିକୁ ରସକରୀ ଖାଲି ପେଟରେ ସକାଳୁ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l ଆଜିକାଲି ଅବସାଦ ଗ୍ରସ୍ତ ହେବ ଗୋଟିଏ ସାଧାରଣ ଜିନିଷ l କିନ୍ତୁ ଧ୍ୟାନରେ ରଖନ୍ତୁ ଯେ ଅପରାଜିତାର ଅବସାଦ ଦୂର କରିବାର ଗୁଣ ରହିଛି l ରୋଗୀ ଗ୍ରସ୍ତ ବ୍ୟକ୍ତିକୁ ଅପରାଜିତା ଫୁଲକୁ ବାଟି ମୁଣ୍ଡରେ ଲେପ ଦିଆଗଲେ ଏହା ଦୂର ହୋଇଥାଏ l
ମଧୁମେହ ରୋଗରେ ଅପରାଜିତା ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ l ମଧୁମେହ ରୋଗୀ ମାନଙ୍କୁ ସକାଳ ଓ ରାତ୍ରିର ଭୋଜନ ପରେ ଅପରାଜିତା ଫୁଲରେ ଚାହା ପ୍ରସ୍ତୁତ କରି ପିଇବାକୁ ଦେବା ଦ୍ୱାରା ସେମାନଙ୍କର ରକ୍ତ ସର୍କରା ନିୟନ୍ତ୍ରିତ ରହିଥାଏ l ଖାଲି ସେତିକି ନୁହେଁ କିଡ୍ନୀ ଷ୍ଟୋନରେ ଯଦି ଆପଣ ଯନ୍ତ୍ରଣା ପାଉଛନ୍ତି ତେବେ ୫ ଗ୍ରାମ ଅପରାଜିତା ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟା ସମୟରେ ପିଇବା ଦ୍ୱାରା କିଡ୍ନୀ ଷ୍ଟୋନ ରୋଗରୁ ଆରମ୍ଭ ମିଳିଥାଏ l ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଭଜା ହୋଇଥିବା ଅପରାଜିତା ମଞ୍ଜି ଅଧଗ୍ରାମ ଗୁଣ୍ଡକୁ ମହୁ ସହିତ ମିଶାଇ ଦିନକୁ ଦୁଇଥର ଖାଆନ୍ତୁ ଜଣ୍ଡିସରୁ ମିଳିବ ଆରାମ l ତା ସହିତ ଅପରାଜିତା ଛେର ୬ ଗ୍ରାମ ନେଇ ଗୁଣ୍ଡ କରନ୍ତୁ ତାହାକୁ ଦହି ସହିତ ମିଶାଇ ଜଣ୍ଡିସ ରୋଗୀକୁ ଖାଇବାକୁ ଦିଅନ୍ତୁ ,ଜଣ୍ଡିସ ରୋଗ ଦୂର ହେବ l