ଓଡ଼ିଶା 365 (ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ସହିଦ ପ୍ରକାଶ ଶିଅଳଙ୍କ ପାର୍ଥିବ ଶରୀର। ଛତିଶଗଡ଼ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସ୍ଏଫ୍ ଯବାନ ପ୍ରକାଶ ଶିଅଳ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶଙ୍କ ଘର। ଛତିଶଗଡ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ ସେ ।
ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ମାଓବାଦୀ । ଅନ୍ୟ ସହକର୍ମୀଙ୍କ ସହ ସୁକମା ଜିଲ୍ଲା ମିନାପା ଅଞ୍ଚଳସ୍ଥତ ଏକ ମତଦାନ କେନ୍ଦ୍ରକୁ ଯାଉଥିଲାବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶୀକାର ହୋଇଥିଲେ । ଏହି ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ୪ ଯବାନଙ୍କ ମଧ୍ୟରେ ପ୍ରକାଶ ଥିଲେ । ତାଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ହୋଇଥିଲା । ଏପରିକି ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି। ତେବେ ଭୁବନେଶ୍ୱରରେ ପାର୍ଥିବ ଶରୀର କିଛି ସମୟ ରହିବ । ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଏହା ପରେ ଜନ୍ମମାଟି ଅଭିମୁଖେ ତାଙ୍କ ମରଶରୀର ନିଆଯିବ । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର ।