ଓଡ଼ିଶା 365 (ବ୍ୟୁରୋ) : ଶରୀର ପାଇଁ ଲାଭଦାୟକ ସବୁଜ ପନିପରିବା । ଏପରି ଅନେକ ପରିବା ରହିଛି ଯାହାକୁ ସାଧାରଣରେ ଖାଇବାକୁ କେହିକେହି ନା ପସନ୍ଦ କରିଥାନ୍ତି । ଏଥିମଧ୍ୟରେ ଜହ୍ନି ଏକ ଉପକାରୀ ପରିବା । ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ । ସେହିପରି ଜହ୍ନିରେ ମଧ୍ୟ ରହିଛି ଅନେକ ଔଧୀୟ ଗୁଣ । ଏହାକୁ ଆମ ଦୈନିକ ଖାଦ୍ୟରେ ସାମିଲ କରି ଆପଣ କେବଳ ଡାଇବେଟିସ ନୁହେଁ ବରଂ ଆହୁରି ଅନେକ ରୋଗରୁ ରକ୍ଷା କରିହେବ । ତେବେ ଜାଣନ୍ତୁ ଜହ୍ନି ଖାଇବା ଦ୍ୱାରା ଶରୀରକୁ କେଉଁ କେଉଁ ସବୁ ଫାଇଦା ମିଳିଥାଏ । ଏହି ପରିବାରେ ରହିଛି ରୋଗ ପ୍ରତିରୋଧକ ବୃଦ୍ଧିକରିବାର କ୍ଷମତା । ସେହିପରି ଏଥିରେ ଭିଟାମିନ ସି, ଜିଙ୍କ, ଆଇରନ୍, ମାଗ୍ନେସିୟମ ଭଳି ମିନେରାଲ୍ସ ରହିଥାଏ ।
ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ । ଖାଲି ସେତିକି ନୁହେଁ ଏହା ଶରୀରରେ ଜମି ରହିଥିବା ଚର୍ବିକୁ ବାହାର କରିଦେଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଜହ୍ନି ରାମବାଣ ସଦୃଶ କାର୍ଯ୍ୟ କରିଥାଏ । ଜହ୍ନି କିଡନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନକୁ ମଧ୍ୟ ଦୂର କରେ। ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥିବାରୁ ଦୃଷ୍ଟିଶକ୍ତି ବଢ଼ାଏ। ସେହି ପରି ଜହ୍ନି ତରକାରୀ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ସତେଜ ରଖିଥାଏ। ଏଥିରେ ଇନ୍ସୁଲିନ୍ ଉପାଦାନ ପେପଟାଇଡ ଏବଂ ଆଲକାଲୋଏଡ ଥିବାରୁ ରକ୍ତ ଓ ପରିସ୍ରାରେ ସୁଗାର ଅଂଶକୁ ନିୟନ୍ତ୍ରଣ ମଧ୍ୟ ରଖିଥାଏ ।