ଓଡ଼ିଶା 365 (ବ୍ୟୁରୋ): ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ଅନୁଗୋଳ ବିଧାୟକ ରଜନକାନ୍ତ ସିଂ । ଆଗକୁ ୨୪ ନିର୍ବାଚନ ଥିବାରୁ ଏହା ପୂର୍ବରୁ ରଜନକାନ୍ତଙ୍କୁ ବିଜେଡି ଦେଇପାରେ ବଡ଼ ଦାୟିତ୍ୱ। ଆଜି ନିଜେ ରଜନିକାନ୍ତ ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ଦେଇଛନ୍ତି । ତେବେ ସେ କହିଛନ୍ତି ଯେ ଉପବାଚସ୍ପତି ଏକ ସାମ୍ବିଧାନିକ ପଦ। ତେଣୁ ସାମ୍ବିଧାନିକ ପଦବୀରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରୁନଥିଲି। ଆଖି ଆଗରେ ନିର୍ବାଚନ ଅଛି । ତେଣୁ ଦଳୀୟ ସଂଗଠନ ସହ ଦଳୀୟ କାର୍ଯ୍ୟ ପାଇଁ ଇସ୍ତଫା ଦେଇଛି।
ଅନୁଗୋଳରୁ ଚାରି ଥର ବିଧାୟକ ହୋଇଛନ୍ତି ଜନକାନ୍ତ ସିଂ । ୨୦୦୪ରୁ ଲଗାତର ଅନୁଗୋଳ ବିଧାନସଭା ଆସନରୁ ଜିତୁଛନ୍ତି ରଜନୀକାନ୍ତ। ୨୦୧୯ ଜୁନରୁ ବିଧାନସଭାର ଉପ ବାଚସ୍ପତି ଭାବେ କାର୍ଯ୍ୟ କରି ଆସୁଥିଲେ । ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ କାଳୀନ ଅଧିବେଶନ । ତା ପୂର୍ବରୁ ଉପ ବାଚସ୍ପତିଙ୍କ ଇସ୍ତଫା ପରେ ପରବର୍ତ୍ତୀ ଉପ ବାଚସ୍ପତି କିଏ ହେବେ ତାହାକୁ ରାଜନୈତିକ ମହଲରେ ଚର୍ଚା ଯୋରଧରିଛି।