ଓଡ଼ିଶା 365 (ବ୍ୟୁରୋ): ବାଘଛାଲ ବିକିବାକୁ ଆସି ଫସିଲା ବେପାରୀ। ବାଘ ଛାଲ ଜବତ କରିବା ସହ ୨ ବେପାରୀଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କଫୋର୍ସ । ଗିରଫ ୨ ଅଭିଯୁକ୍ତ ହେଲେ ରାୟଗଡ଼ାର ବିକ୍ରମ ମାଝୀ ଓ ରାଜା ମାଝୀ। ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ କରିଛି ଏସଟିଏଫ।
ଏସଟିଏଫର କହିବା ମୁତାବକ ଜବତ ବାଘ ଛାଲକୁ ବାୟୋଲୋଜିକାଲ ଟେଷ୍ଟ ପାଇଁ ଡେରାଡୁନ ପଠାଯିବ। କେସ ନମ୍ବର ୨୭, ଦଫା ୩୭୯, ୪୧୧, ୧୨୦ ବି ସହ ବନ୍ୟଜନ୍ତୁ ସରଂକ୍ଷଣ ଆଇନ ଆଧାରରେ ନିଜଆଡ଼ୁ ମାମଲା ରୁଜୁ କରିଛି ଏସଟିଏଫ। ଅଭିଯୁକ୍ତଙ୍କୁ ରାୟଗଡା ଏସଡିଜେଏମ କୋର୍ଟ ନିକଟରେ ହାଜର କରାଯିବ।