ଓଡ଼ିଶା 365 (ବ୍ୟୁରୋ): ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଜାତୀୟ ରାଜଧାନୀରେ ପ୍ରବଳ ବାୟୁ ପ୍ରଦୂଷଣ ମଧ୍ୟରେ ଦିଲ୍ଲୀ ସରକାର ନଭେମ୍ବର ୯ ରୁ ୧୮ ପର୍ୟ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଶୀତକାଳୀନ ଛୁଟି ଘୋଷଣା କରିଛନ୍ତି। ବର୍ତ୍ତମାନ ଶୀତ ଛୁଟି ଘୋଷଣା କରିବାକୁ ଦିଲ୍ଲୀ ସରକାର ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର-ଜାନୁୟାରୀରେ ଧାର୍ୟ୍ୟ ହୋଇଥିବା ବିଦ୍ୟାଳୟରେ ଶୀତ ବିରତି ଘୋଷଣା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀ ଶିକ୍ଷା ବିଭାଗ ଏହି ନିର୍ଦ୍ଦେଶ ଜାରି କରିଛି। ପ୍ରଦୂଷଣର କ୍ରମାଗତ ବଚଭଥିବା ସ୍ତରକୁ ଦୃଷ୍ଟିରେ ରଖି ଏଥର ଶୀତ ଛୁଟି ପୂର୍ବରୁ ନିଆଯାଉଛି। ଏହାପୂର୍ବରୁ ନଭେମ୍ବର ୧୦ ପର୍ୟ୍ୟନ୍ତ ଦିଲ୍ଲୀର ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ବାୟୁ ଗୁଣବତ୍ତା ‘ଗୁରୁତର’ ବର୍ଗରେ ରହିଛି। ବୁଧବାର ସକାଳେ ଆନନ୍ଦ ବିହାରରେ ୪୫୨, ଆର.କେ ପୁରାମରେ ୪୩୩, ଚହଲାରେ ୪୨୬, ପଞ୍ଜାବୀ ବାଗରେ ୪୬୦, ଶ୍ରୀ ଅରୋବିନ୍ଦ ମାର୍ଗରେ ୩୮୨, ଶାଦିପୁରରେ ୪୧୩ ଏବଂ ଆଇଟିଓରେ ୪୧୩ ରେକର୍ଡ କରାଯାଇଥିଲା। ପ୍ରଦୂଷଣ ସମ୍ପର୍କରେ ଗତକାଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆଜି ସମ୍ପୃକ୍ତ ବିଭାଗର ଏକ ବୈଠକ ଡାକିଛନ୍ତି।