ଓଡ଼ିଶା 365 (ବ୍ୟୁରୋ): ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଅନ୍ୟ ଏକ ଟ୍ରକ୍। ଫଳରେ ୪୦ ଫୁଟ ତଳକୁ ଖସି ପଡିଛି ଟ୍ରକ୍ । ଏଥିରେ ହେଲ୍ପର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ହୋଇଛି। ଗୁରୁତର ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ।
ସୂଚନାଯୋଗ୍ୟ, ଆଜି ସକାଳେ ବାଲେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଦୁଇଟି ଟ୍ରକ ଆଗ ପଛ ହୋଇ ଯାଉଥିବା ସମୟରେ ବସ୍ତା ବାଇପାସ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା ଟ୍ରକ। ପଛ ଟ୍ରକରେ ଥିବା ହେଲପରଙ୍କ ଗାଡି ଭିତରେ ଚାପି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକଟି ୪୦ଫୁଟ ତଳକୁ ନୟନଜୋଡିକୁ ଖସି ପଡିଛି। ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତାହତ ଙ୍କୁ ଉଦ୍ଧାର କରି ତଦନ୍ନ କରୁଛି ।