ଓଡ଼ିଶା 365 (ବ୍ୟୁରୋ): ରତ୍ନଭଣ୍ଡାର ଓ ଜଗମୋହନ ମରାମତି ମାମଲାରେ ଶୁଣାଣି ଚାଲିଥୁିବା ବେଳେ ଏଏସଆଇ ଦ୍ଵାରା ଦାଖଲ ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ। ପୂର୍ବରୁ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ରିପୋର୍ଟ ରହିଥିଲା । ତେଣୁ ଏହାକୁ ପ୍ରତ୍ୟାହାର କରିଛି ଏଏସଆଇ । ଆସନ୍ତା ୧୫ ତାରିଖରେ ପୁଣିଥରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାଯୋଗ୍ୟ, ୨୦୧୭ ରୁ ଏ ପର୍ଯ୍ୟନ୍ତ ହୋଇଥିବା ସମସ୍ତ କାର୍ଯ୍ୟର ବିବରଣୀ ମାଗିଲେ ହାଇକୋର୍ଟ। ପୁଣିଥରେ ମରାମତି କାମର ଅଗ୍ରଗତିକୁ ନେଇ ସତ୍ୟପାଠ ଦାଖଲ କରିବ ଏଏସଆଇ । ଆସନ୍ତା ୧୫ ତାରିଖରେ ପୁଣିଥରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୁଣିଥରେ ମରାମତି କାମର ଅଗ୍ରଗତିକୁ ନେଇ ସତ୍ୟପାଠ ଦାଖଲ କରିବ ଏଏସଆଇ । ତେବେ ପରବର୍ତ୍ତୀ ଶୁଣାଣିରେ ହାଇକୋର୍ଟ କଣ ନିର୍ଦ୍ଦେଶ ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।