ଓଡ଼ିଶା 365 (ବ୍ୟୁରୋ) : ଆପଣ ମାନେ ଜାଣିଥିବେ ଭଗବାନ ଶିବଙ୍କର ରହିଛି ଅନେକ ନାମ । ତେବେ ଅନେକ ନାମର କିଛି ନା କିଛି ବିଶେଷତ୍ୱ ରହି ଥାଏ । ତେବେ ଆଜି ଆମେ ଆପଣଙ୍କୁ ମହାଦେବଙ୍କ ମହାକାଳ ନାମର ବିଶେଷତ୍ୱ ସମ୍ଭନ୍ଧରେ । ଭଗବାନ ଶିବଙ୍କର ମହାକାଲ ନାମରେ ଉଜ୍ଜୟିନୀ ରେ ଏକ ମନ୍ଦିର ପ୍ରତିଷ୍ଠିତ । ଏହି ମନ୍ଦିରରେ ଭଗବାନ ଶିବଙ୍କର ଭସ୍ମ ଆଳତି କାରାଯାଏ । ଅନେକ ଲକ୍ଷେ ଲକ୍ଷେ ଲୋଜ ଏଠାକୁ ମନସ୍କାମନା ନେଇ ଆସିଥାନ୍ତି । ତେବେ ଏହି ମନ୍ଦିରର ଏକ ପୁରାତନ କାହାଣୀ ଅଛି । ଯାହା ଆମେ ଆଜି ଜାଣିବା । ମହାଭାରତ, ଶିବପୁରାଣ, ସ୍କନ୍ଦ ପୁରାଣ ରେ ମହାକାଳଙ୍କ ଜ୍ୟୋତିଲିଙ୍ଗ ରୂପ ବର୍ଣିତ ଅଛି । ଜୈନ ମଧ୍ୟପ୍ରଦେଶର ସହର ଅଟେ । ତାହା ପୁରାତନ ସମୟରେ ଅବନ୍ତିକାର ନାମରେ ନାମିତ ଥିଲା । ଅବନ୍ତିକା ପୁରରେ ବେଦପ୍ରିୟ ନାମକ ଏକ ତେଜସ୍ୱି ଓ ବିଦ୍ୱାନ ବ୍ରାହ୍ମଣ ରହୁଥିଲେ । ସେ ଅନ୍ୟ ଭକ୍ତଙ୍କ ସହ ମିଶି ଶିବଙ୍କ ଆରଧନା କରିବାକୁ ଭଲ ପାଉଥିଲେ । ଏବଂ ବୈଦିକ କାମରେ ବ୍ୟସ୍ତ ରହୁଥିଲେ । ରତ୍ନାମ୍ଳ ନାମକ ଏକ ପର୍ବତରେ ରୁଷଦ ନାମକ ଏକ ରାକ୍ଷସ ରହୁଥିଲା । ସେ ଜନ ମାନଙ୍କୁ ବହୁତ ହଇରାଣ କରୁଥିଲା । ଏହି ପରି ସେ ଧୀରେ ଧୀରେ ଅବନ୍ତିକା ପୁରରେ ପ୍ରବେଶ କଲା । ସେଠାରେ ବେଦପ୍ରିୟ ଓ ଅନ୍ୟାନ୍ୟ ତାଙ୍କ ସାଥୀଜନ ମାନଙ୍କୁ ବହୁତ ହଇରାଣ କରୁଥିଲା । ରୁଷଦ କୁ ବ୍ରହ୍ମାଙ୍କ ଠାରୁ ବରଦାନ ମିଳିଥିଲା ଯାହା ଫଳରେ ସେ ବହୁତ ଶକ୍ତିଶାଳୀ ଥିଲା ।
ରୁଷଦ ସବୁବେଳେ ଇଛା କରେ ଯେ ପ୍ରତେକ ମଣିଷ କେବଳ ତାକୁ ହିଁ ପୂଜା କରିବେ । ତା ଛଡା ଅନ୍ୟ କାହାର ଆରଧନା କରିବା ତାକୁ ପସନ୍ଦ ନଥିଲା । ଏହି ରାକ୍ଷସ ଠାରୁ ମୁକ୍ତି ପାଇବା ପାଇଁ ଦିନେ ବେଦପ୍ରିୟ ଓ ତାଙ୍କ ସାଥି ଜନ ମାନେ ମିଶି ପ୍ରଭୁ ମହାଦେବଙ୍କ ଆରଧନା କରିବାକୁ ଆରମ୍ଭ କଲେ । ସେମାନେ ଶିବ ଲିଙ୍ଗକୁ ମଝିରେ ରଖି ଏହାର ଚାରି ପାଖରେ ବସି ଆରଧନା କରୁଥିଲେ । ଏହା ଦେଖି ରୁଷଦ କ୍ରୋଧଭର ହୋଇ ଯେତେବେଳେ ବେଦପ୍ରିୟଙ୍କ ହତ୍ୟା କରିବାକୁ ଗଲା ସେତେବେଳେ ହଠାତ ଶିବ ଲିଙ୍ଗ ଟି ମାଟି ଭିତରେ ପଶିଗଲା ଓ ସେଠାରେ ଏକ ବଡ଼ ଗାତ ହୋଇଗଲା ତନ୍ମଧ୍ୟରୁ ବହୁତ ତେଜ ଅଗ୍ନି ବାହାରୁଥିଲା । ସେଥିରୁ ପ୍ରଭୁ ଦେବାଦି ଦେବ ମହାଦେବ ମହାକାଳ ରୂପେ ବାହାରିଲେ ହୁଙ୍କାର କଲେ ଓ ସେହି ରାକ୍ଷସ ର ବଦ୍ଧ କରିଥିଲେ । ଦେଲେ ପ୍ରଭୁଙ୍କୁ ଦେଖି ବେଦପ୍ରିୟ ଓ ଅନ୍ୟ ଭକ୍ତ ମାନେ ପ୍ରଭୁଙ୍କୁ ନିବେଦନ କଲେ ସେଠାରେ ରହିବାକୁ । ତେଣୁ ସେହି ସ୍ଥାନରେ ହିଁ ପ୍ରଭୁଙ୍କର ଜ୍ୟୋତିର୍ ଲିଙ୍ଗ ସ୍ଥାପନ ହେଲା ଓ ଏହା ମହାକାଳ ମନ୍ଦିର ରୂପେ ନାମିତ ହେଲା ।