ଓଡ଼ିଶା 365(ବ୍ୟୁରୋ): ଇଣ୍ଡୋନେସିଆର ବୃନ୍ଦା ସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି। ୟୁଏସଜିଏସ କହିଛି ଯେ ଭୂକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଇଣ୍ଡୋନେସିଆ ସମୟ ସକାଳ ୧୦.୨୩ ସମୟରେ ଦେଶର ବୃନ୍ଦା ସାଗରରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ସମୁଦ୍ରରେ ଘଟିଥିବା ଏହି ଭୂକମ୍ପ ସୋମଲାକି ସହରକୁ କମ୍ପିତ କରିଥିଲା। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ, ଭୂକମ୍ପ ଯୋଗୁଁ ଏପର୍ୟ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।