ଓଡ଼ିଶା 365 (ବ୍ୟୁରୋ) : ଦହି ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ । ବିଶେଷକରି ଗରମ ଦିନରେ ଦହିକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏଥିରେ ଥିବା ବ୍ୟାକ୍ଟେରିଆ ଖାଦ୍ୟ ହଜମ ପାଇଁ ସାହାର୍ଯ୍ୟ କରିଥାଏ । ଦହି ଖାଇବା ଦ୍ଵାରା ଦାନ୍ତ ଓ ହାଡ଼କୁ ମଧ୍ୟ ଉପକାର ମିଳିଥାଏ । କିନ୍ତୁ ବହୁତ ଖାଦ୍ୟ ଅଛି ଯାହା ଖାଇବା ପାଇଁ କେତେକ ନିୟମ ମାନିବାକୁ ପଡ଼େ । ଯେମିତିକି କେତେବେଳେ ଖାଇବ , କେମିତି ଖାଇବ , କାହା ସହିତ ଖାଇବା ଏମିତି ଅନେକ । ଦହି ବାବଦରେ ମଧ୍ୟ କିଛି ଏମିତି ରହିଛି ଗୋଟିଏ ହେଉଛି ରାତିରେ ଦହି ଖାଇବା ମନା ।
ରାତିରେ ଦହି ଖାଇଲେ ଥଣ୍ଡା, କଫ, କାଶ ଆଦି ରୋଗ ଦେଖାଯାଇଥାଏ । ବିଶେଷକରି ଅଧିକ ସର୍ଦ୍ଦି ହୋଇ ନାକରୁ ପାଣି ମଧ୍ୟ ବାହାରିଥାଏ । ଏସବୁ କ୍ଷେତ୍ରରେ ଡ଼ାକ୍ତର ଦହି ଖାଇବାକୁ ବାରଣ କରିଥାନ୍ତି । ଆପଣ ଯଦି ରାତିରେ ଦହି ଖାଇବାକୁ ଚାହାଁନ୍ତି , ତାହେଲେ ଲହୁଣି ବାହାରିସାରିବା ପରେ ଖାଆନ୍ତୁ କିଛି ଅସୁବିଧା ହୋଇନଥାଏ । ହେଲେ ରାତିରେ ଖାଇଲାବେଳେ ଚିନି କିମ୍ବା ଗୋଲମରିଚ ନିଶ୍ଚିନ୍ତ ମିଶାଇ ଖାଆନ୍ତୁ , କୌଣସି ଅସୁବିଧା ହେବନାହିଁ । ଏହାସହିତ ମଧ୍ୟ ଆପଣଙ୍କର ହଜମ ଭଲ ହେବା ସହିତ ଶରୀର ଥଣ୍ଡା ରହିବ । ଏହା ବ୍ୟତୀତ ଆପଣ ଯଦି ଦହି ଖାଇବାକୁ ପସନ୍ଦ କରୁଛନ୍ତି , ତାହେଲେ ଏପରି ଭାବରେ ଖାଇପାରିବେ ।