ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁର ଚିଡ଼ିଆଖାନା ଗଲା ନୂଆପଡ଼ାର ମଣିଷ ଖିଆ ବାଘ । ବନବିଭାଗ ଯନ୍ତା ସାହାର୍ଯ୍ୟରେ ତାକୁ ବିଳମ୍ବିତ ରାତିରେ ଅଣାଯାଇଥିବା ବେଳେ ପ୍ରଥମେ ତାକୁ କ୍ଵାରେଣ୍ଟାଇନରେ ରଖାଯାଇଛି । କ୍ୱାରେନ୍ଟାଇନ୍ ସେଣ୍ଟରରେ କିଛିଦିନ ରହିବା ପରେ ତାକୁ ସମ୍ବଲପୁର ଚିଡିଆଖାନାରେ ଛଡ଼ାଯିବ । ତେବେ ବାଘ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି । ବାଘର ଗତିବିଧି, ବ୍ୟବହାର ଦେଖି ୱାଇଲ୍ଡଲାଇଫ୍ ଓ ମେଡିକାଲ ଟିମ୍ ତାକୁ ଅଧିକ ଦିନ କ୍ୱାରେଣ୍ଟାଇନ୍ ରଖାଯିବ କି ନାହିଁ ନିଷ୍ପତ୍ତିି ନିଆଯିବ ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଘରେ ବାହାରେ ୮ବର୍ଷର ନାବାଳକ ଖେଳୁଥିବାବେଳେ ଏହି କଲରାପତ୍ରିଆ ବାଘଟି ଶିଶୁଟିକୁ ଟାଣି ନେଇ ମାରି ଖାଇଥିଲା । ଏହାର ଗୋଟେ ଦିନ ପରେ ପୁଣି ଜଣେ ମହିଳାଙ୍କୁ ମାରି ଖାଇଥିଲା ଏହି ମଣିଷଖିଆ ବାଘ । ବାଘ ଆକ୍ରମଣରେ ଅତିଷ୍ଟ ହୋଇପଡିଥିଲା ସମ୍ପୁର୍ଣ୍ଣ ଅଞ୍ଚଳ ସମେତ ଖୋଦ ବନବିଭାଗ । ବହୁ ପରିଶ୍ରମ ପରେ ଶେଷରେ ଗତ ୫ ତାରିଖରେ କୋଦୋପାଲି ଗାଁରୁ ବାଘକୁ ଧରିବାକୁ ସକ୍ଷମ ହୋଇଥିଲା ବନବିଭାଗ ।