ଓଡ଼ିଶା 365 (ବ୍ୟୁରୋ): ବିବାହ ମାମଲାରେ ମଙ୍ଗଳବାର କଟକ ବିବାହ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାଶ ହାଜର ହେଲେ, ହେଲେ ହାଜରହେଲେନି ବିଜୟଶଙ୍କର । ବିଜୟ ଶଙ୍କରଙ୍କ ବିବାହକୁ ବିରୋଧ କରି ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାଶ ଅଭିଯୋଗ କରିବା ପରେ ମଙ୍ଗଳବାର ବିବାହ ପଞ୍ଜୀକରଣ କୋର୍ଟରେ ହାଜର ହେବା ପାଇଁ ବିଜୟ ଶଙ୍କରଙ୍କୁ ନୋଟିସ କରାଯାଇଥିଲା । ହେଲେ ସୋମାଲିକା ହାଜର ହୋଇଥିଲେ ହେଁ ବିଜୟ ଶଙ୍କର କିମ୍ବା ତାଙ୍କର ଭାବି ପତ୍ନୀ ପ୍ରତ୍ୟୁଷା ନନ୍ଦ କେହି ହାଜର ହୋଇ ନ ଥିଲେ ।
କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ଗତକାଲି ତିନି ଜଣଙ୍କୁ ହଜାର ହେବା ପାଇଁ ନଭେମ୍ବର ୩ ତାରିଖରେ ନୋଟିସ କରାଯାଇଥିଲା । ହେଲେ ସୋମାଲିକା ହାଜର ହୋଇଥିଲେ ହେଁ ବିଜୟଶଙ୍କର ବା ପ୍ରତ୍ୟୁଷା କେହି ଆସି ନ ଥିଲେ । ତେବେ ସୋମାଲିକା ହାଜର ହୋଇ ନିଜର ପକ୍ଷ ରଖିଥିଲେ ଏବଂ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ । ବିଜୟ ଅନୁପସ୍ଥିତ ରହିବାରୁ ଜିଲ୍ଲ ସବ ରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ନଭେମ୍ବର ୨୧ ତାରିଖ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ଶୁଣାଣିରେ ସୋମାଲିକାଙ୍କୁ ତାଙ୍କର ସାକ୍ଷୀ ପ୍ରମାଣ ପ୍ରଦାନ କରିବାକୁ କହିଥିଲେ । ପୂର୍ବରୁ ପ୍ରତ୍ୟୁଷା ବିବାହିତା ବୋଲି ଯୁକ୍ତି ବାଢିଥିଲେ ସୋମାଲିକା ଦାଶ । ତେବେ ଏ ସଂକ୍ରାନ୍ତ ପ୍ରମାଣ ଦେବାକୁ ପଞ୍ଜୀକରଣ ଅଧିକାରୀ କହିଥିଲେ । ଏଥିନିମନ୍ତେ ସୋମାଲିକା ୨ ସପ୍ତାହ ସମୟ ମାଗିଥିଛନ୍ତି. ସୋମାଲିକା ଅକ୍ଟୋବର ୭ ତାରିଖର ଜଗତସିଂହପୁର ପୋଲିସ ଷ୍ଟେସନରେ ବିଜୟଶଙ୍କରଙ୍କ ବିରୋଧରେ ଏକ ମାମଲା ଦେଇଥିଲେ । ପ୍ରଥମେ ୨ଟି ମାମଲା ରୁଜୁ ହୋଇଥିଲେ ହେଁ ପୋଲିସ ବିଜୟ ଶଙ୍କରଙ୍କୁ ଏଯାଏଁ ଡାକି ପଚରାଉଚରା କରିନଥିବା ବାରମ୍ୱାରର ଅଭିଯୋଗ କରୁଛନ୍ତି ସୋମାମିକା ।