ଓଡ଼ିଶା 365 (ବ୍ୟୁରୋ): ଭାରସାମ୍ୟ ଭରାଇ ବ୍ରିଜ ତଳକୁ ଓଲଟିଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଟ୍ରକ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଆନନ୍ଦପୁର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଶାଳପଡ଼ା ନିକଟରେ ଏଭଳି ଅଘଟଣ ଘଟିଛି । ଟ୍ରକ୍ ଟି କେନ୍ଦୁଝରରୁ ଲୁହାପଥର ଲୋଡକରି ପାରାଦୀପ ଅଭିମୁଖେ ଯାଉଥିଲା । ହେଲେ ବାଟରେ ଶାଳପଡ଼ା ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ୍ ତଳକୁ ଟ୍ରକଟି ଓଲଟିପଡ଼ିଛି । ଡ୍ରାଇଭରଙ୍କ ଉପରେ ଟ୍ରକ୍ ପଡ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହାନୀ ଘଟଣା ସ୍ଥଳରେ ପହଞ୍ଚିଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଥିବା ବେଳେ ଘସିପୁରା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
ସରକାର ସଡକ ସୁରକ୍ଷା ନେଇ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରୁଛନ୍ତି । ତଥାପି ଦୁର୍ଘଟଣା କମିବାର ନାଁ ଧରୁନି । ପ୍ରତିଦିନ ଦୁର୍ଘଟଣାରେ ଶହ ଶହ ଲୋକଙ୍କର ଜୀବନ ଯାଉଛି । ଆଜି ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥ ଘସିପୁରା ଥାନା ଶାଳପଡା ନିକଟରେ ମଧ୍ୟ ସେମିତି କିଛି ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୁହାପଥର ବୋଝେଇ ଟ୍ରକ ଓଲଟି ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ଡ୍ରାଇଭରଙ୍କର ପରିଚୟ ଅସ୍ପଷ୍ଟ ରହିଛି ।