ଓଡ଼ିଶା 365 (ବ୍ୟୁରୋ): ଏଲଭିସ୍ ଯାଦବ । ଯିଏ କି ଜଣେ ଜଣେ ୟୁଟ୍ୟୁବର ସହ ବିଗ୍ ବସ୍ ଓଟିଟି-୨ ବିଜେତା ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ୟଷ୍ଟି କରିଥିଲେ । ହେଲେ ଗତ କିଛି ଦିନ ତଳେ ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବାର ଅଭିଯୋଗ ହେବା ପରେ ଏବେ ସେ ବିବାଦରେ ରହିଛନ୍ତି । ଅଭିଯୋଗ ମୁତାବକ, ଏଲଭିସ୍ ରେଭ୍ ପାର୍ଟିର ଆୟୋଜନ କରୁଥିଲେ ଏବଂ ସେହି ପାର୍ଟିରେ ସାପ ବିଷ ବିକ୍ରି କରୁଥିଲେ। ସାଂସଦ ମାନେକା ଗାନ୍ଧୀଙ୍କ ‘ପିପୁଲ୍ ଫର୍ ଆନିମଲ୍’ ‘ଏନ୍ଜିଓ’ର ପ୍ରାଣୀ ମଙ୍ଗଳ ଅଧିକାରୀ ଗୌରବ ଗୁପ୍ତା ଏହି ‘ରେଭ୍ ପାର୍ଟି’ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ପୁଲିସ୍ ଏଲଭିସଙ୍କ ସହ ତାଙ୍କ ୫ ଜଣ ସହଯୋଗୀଙ୍କ ବିରୋଧରେ ଏକ ମାମଲା ରୁଜୁୁ କରିଥିଲା । ଏବଂ ୫ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୫ଟି ସାପ, ସାପ ବିଷ ଜବତ କରିଥିଲା । ଏଲଭିସ୍ ଯାଦବଙ୍କ ପରେ ବର୍ତ୍ତମାନ ଏହି ମାମଲାରେ ଏଲଭିସଙ୍କ ବନ୍ଧୁ ତଥା ବିଗବସ୍ ଓଟିଟି-୨ ରନର୍ ଅପ୍ ମନୀଷା ରାନୀଙ୍କ ନାମ ସାମିଲ ହୋଇଛି। କେବଳ ଏତିକି ନୁହେଁ ତାଙ୍କ ବିରୋଧରେ ଏତଲା ମଧ୍ୟ ଦାଖଲ ହୋଇଛି । ଅଭିନେତା ଫୈଜାନ୍ ଅନସାରୀ ଏହି ଏତଲା ଦାଖଲ କରି ମନୀଷା ରାନୀଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କରିଛନ୍ତି ଯେ, ମନୀଷା ରାନୀ ମଧ୍ୟ ଏଲଭିସଙ୍କ ସହ ରେଭ୍ ପାର୍ଟିକୁ ଯାଉଥିଲେ। ସେ ଏହି ମାମଲାରେ ଜଡିତ ଅଛନ୍ତି। ଏଲଭିସଙ୍କର ଏକ ବଡ଼ ନେଟୱାର୍କ ଅଛି। ଏଥିରେ ଅନେକ ଲୋକ ଜଡିତ ଅଛନ୍ତି ।