ଓଡ଼ିଶା 365 (ବ୍ୟୁରୋ): ବାଜିମାରି ଗୁଲୁଗୁଲା ଖାଇବା ଯୁବକଙ୍କୁ ହେଲା କାଳ। ବାଜିମାରି ଖାଇଲା ବେଳେ ତଂଟିରେ ଲାଗି ଅଣନିଶ୍ୱାସୀ ହୋଇ ଯୁବକଙ୍କର ଜୀବନ ଯାଇଛି। ଏମିତି ଏକ ଅଭାବନୀୟ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀରୁ । ମୃତକ ଜଣକ ହେଉଛନ୍ତି ଦାନ୍ତିଆମୁହାଁ ଗ୍ରାମର ଶିରୀଶଚନ୍ଦ୍ର ମହାନାୟକ ।
ସୂଚନା ଅନୁସାରେ, ସୋମବାର ଶିରୀଶ ହାଟକୁ ଜଳଖିଆ ଖାଇବାକୁ ଯାଇଥିଲେ । ଏହି ସମୟରେ ସାଙ୍ଗମାନଙ୍କ ସହ ବାଜି ଲଗାଇ ଏକାଥରକେ ପାଟିରେ ୪ଟି ଗୁୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇବାକୁ ମନସ୍ତ କରିଥିଲେ । ଆଉ ଏକାଥରକେ ପାଟିରେ ୪ଟି ଗୁୁଲୁଗୁଲା ଏବଂ ଗୋଟିଏ ମାଲପୁଆ ପୂରାଇ ଖାଇବାକୁ ଆରମ୍ଭ କରିଥିଲେ । ଖାଇଲା ବେଳେ ତଂଟିରେ ଅଟକି ଯାଇଥିଲା ଏସବୁ । ଫଳରେ ଅଣନିଶ୍ୱାସୀ ହୋଇ ତଳେ ପଡ଼ିଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ସ୍ଥାନୀୟ ଲୋକେ ବାରିପଦା ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ପରିବାର ଲୋକଙ୍କ ଏତଲା ଆଧାରରେ ବଡ଼ଜାମବଣି ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ବ୍ୟବଚ୍ଛେଦ କରିଛନ୍ତି ।