ଓଡ଼ିଶା 365 (ବ୍ୟୁରୋ): ମଙ୍ଗଳବାର ଛତିଶଗଡ଼ରେହୋଇଥିବା ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଛନ୍ତି ଜଣେ ଓଡ଼ିଆ ଯବାନ । ସହିଦ ଯବାନ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଗାଁର ପ୍ରକାଶ ଶିଅଳ । ସେ ଛତିଶଗଡ କୋବ୍ରା ୨୦୬ ବାଟାଲିଅନରେ କାର୍ଯ୍ୟରତ ଥିଲେ । ଗତକାଲି ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ ମାଓବାଦୀ ।
ପ୍ରକାଶ ତାଙ୍କର ଅନ୍ୟ ସହକର୍ମୀଙ୍କ ସହ ସୁକମା ଜିଲ୍ଲା ମିନାପା ଅଞ୍ଚଳସ୍ଥତ ଏକ ମତଦାନ କେନ୍ଦ୍ରକୁ ଯାଉଥିଲାବେଳେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣର ଶୀକାର ହୋଇଥିଲେ । ଏହି ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ୪ ଯବାନଙ୍କ ମଧ୍ୟରେ ପ୍ରକାଶ ଥିଲେ । ତାଙ୍କ ଦୁଇ ଗୋଡରେ ଗୁରୁତର ଆଘାତ ହୋଇଥିଲା । ଏପରିକି ଦୁଇ ଗୋଡରେ ଅସ୍ତ୍ରୋପଚାର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଛି।