ଓଡ଼ିଶା 365 (ବ୍ୟୁରୋ): ଭୋଟ୍ ଦେଉଛି ଛତିଶଗଡ଼। ମୋଟ ୯୦ ଆସନ ମଧ୍ୟରୁ ୨୦ଟି ଆସନରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି। ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର। ଜନତା କାହା ସପକ୍ଷରେ ରଖିବେ ମତ, ଏନେଇ ଭୋଟ୍ ଗଣତି ପୂର୍ବରୁ ନେତାଙ୍କ ହାର୍ଟବିର୍ଟ ବଢିଚାଲିଛି। ସେପଟେ ମହାଦେବ ଆପ୍ ଘୋଟାଲାରେ ଫସିଛି କଂଗ୍ରେସ। ଖୋଦ୍ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମହାଦେବ ବେଟିଂ ଆପ୍ ମାମଲାର ୫ଶହ କୋଟିରୁ ଅଧିକ ଟଙ୍କା ଆପ୍ ରୁ ଚଳୁ କରିଥିବା ଅଭିଯୋଗ ହୋଇଛି ।ଏନେଇ ଇଡି ହାତରେ କିଛି ଗୁରୁତ୍ୱ ଦସ୍ତାବିଜ ଲାଗିଛି। ଫଳରେ କଂଗ୍ରେସ ମଧ୍ୟ ଏଥିଲାଗି ବଦନାମ ହୋଇଛି।
୫ବର୍ଷ କ୍ଷମତାରେ ରହି ମଧ୍ୟ ପୂର୍ବରୁ କଂଗ୍ରେସ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନରେ ଅସମର୍ଥ ହୋଇଛି। ଆଜି ବି ବେକାରୀ ସମସ୍ୟା ଛତିଶଗଡ଼ରେ ମୁଣ୍ଡବିନ୍ଧା କାରଣ ପାଲଟିଛି। କିନ୍ତୁ ଛତିଶଗଡ଼ରେ କଂଗ୍ରେସ ବ୍ୟାକଫୁଟ୍ ରେ ଥିବାବେଳେ ଜନତାଙ୍କ ବିଶ୍ୱାସ ଜିତୁଛି ବିଜେପି। ଭାରତୀୟ ଜନତା ପାର୍ଟି ପ୍ରତି ଜନସମର୍ଥନ ବଢିବାରେ ଲାଗିଛି। କିଛି ଦିନ ପୂର୍ବରୁ ଛତିଶଗଡ଼ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କଂଗ୍ରେସ ସରକାର ଦୁର୍ନୀତିରେ ବୁଡି ରହିଛି,ବିକାଶ ଆଖିଦୃଶିଆ ହୋଇ ପାରିନି,ଛତିଶଗଡ଼ ସାରା ଦେଶରେ ନଂ୧ ରାଜ୍ୟ ହେବ, ବେକାରୀ ହଟିବ ଡବଲ ଇଞ୍ଜିନ ସରକାର ଆସିଲେ। କିଛି ସିଟରେ କଂଗ୍ରେସ-ବିଜେପି ମଧ୍ୟରେ କଡା଼ ଟକ୍କର ଦେଖିବାକୁ ମିଳୁଛି। କହିବାକୁ ଗଲେ ଛିଡୁଛି କଂଗ୍ରେସ ବଢୁଛି ବିଜେପି।