ଓଡ଼ିଶା 365 (ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଛି ମାସେ। ଗାଜାରେ ମୃତ୍ୟୁ ସଂଖ୍ୟା ବଢିଛି, ଧ୍ୱଂସର ଲିଳୀ ଦେଖୁଛି ସାରା ବିଶ୍ୱ। ରକ୍ତମୁଖା ହୋଇ ପଡିଛି ଇସ୍ରାଏଲ, ଗାଜା ଷ୍ଟ୍ରିପ୍ରେ ଥିବା ହମାସ ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ କରି ଇସ୍ରାଏଲ ଘନ ଘନ ରକେଟ ମାଡ଼ କରିବା ସହ ହମାସ୍ର ୪୫୦ ଆତଙ୍କୀ ଠିକଣା ଧ୍ୱଂସ କରଛି। ଏଥିରେ ଆତଙ୍କୀ ଓ ମିଲିଟାରୀ କମ୍ପାଉଣ୍ଡ୍ସ, ଅବଜର୍ବେସନ ପୋଷ୍ଟ, ମିସାଇଲ୍ ଲଞ୍ଚ ପୋଷ୍ଟ ସମେତ ଅନେକ ସୈନ୍ୟ ଠିକଣା ସାମିଲ ରହିଛି । ଏହାସହ ଆଇଡିଏଫ ସ୍ଥଳ ଭାଗରୁ ହମାସର ମିଲିଟାରୀ ପରିସର ଉପରେ କବଜା କରିଛି ଇସ୍ରାଏଲ । ଏହି ପରିସରରେ ନୀରିକ୍ଷଣ ପୋଷ୍ଟ ଓ ହମାସ୍ ଆତଙ୍କୀଙ୍କ ଟ୍ରେନିଂ ଅଞ୍ଚଳ ଗାଜା ସ୍ଥିତ ଅଣ୍ଡର ଗ୍ରାଉଣ୍ଡ ଟେରର ଟନେଲ୍ସ ମଧ୍ୟ ସାମିଲ ରହିଛି । ଏୟାର ଷ୍ଟ୍ରାଇକରେ ଇସ୍ରାଏଲୀ ସେନା ଅନୁସାରେ ଆଇଏସଏ ଓ ଆଇଡିଏଫ୍ ଇଣ୍ଟେଲିଜେନ୍ସିର ସହଯୋଗରେ ଆଇଡିଏଫ ଜେଟ୍ ଫାଇଟର୍ସ ଆତଙ୍କୀ ଜମାଲ ମୁସାକୁ ନିପାତ କରିଥିବା ଖବର ସାମ୍ମନାକୁ ଆସିଛି। ହମାସ୍ର ସ୍ପେଶାଲ ସିକ୍ୟୁରିଟି ଅପରେସନ ପାଇଁ ଦାୟୀ ରହିଥିଲା ମୁସା ।
ଏହାରି ମଧ୍ୟରେ ଯୁଦ୍ଧ ୨ୟ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ୧୦ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ଇସ୍ରାଏଲୀ ସେନା ହମାସ ଶାସିତ ଗାଜାର ଉତ୍ତର ଭାଗକୁ ଦକ୍ଷିଣଠାରୁ ଅଲଗା କରି ଆକଶ ମାର୍ଗରୁ ଆକ୍ରମଣ କରିଥିଲା । ଗାଜା ପଟିରେ ହମାସ୍ ବିରୋଧରେ ଇସ୍ରାଏଲର ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୀରିହ ଲୋକଙ୍କ ସୁରକ୍ଷା ପାଇଁ କିଛି ଦିନ ପାଇଁ ଯୁଦ୍ଧ ବିରାମ ଲାଗି ଇସ୍ରାଏଲକୁ ଆମେରିକା ନିବେଦନ କରିଥିଲା । କିନ୍ତୁ ଇସ୍ରାଏଲର କହିବା କଥା ସେ ଗାଜାରେ ହମାସ ଶାସନକୁ ଶେଷ କରିବା ଯାଏ ଆକ୍ରମଣ ଜାରି ରଖିବ । ଯେପର୍ଯ୍ୟନ୍ତ ବନ୍ଧୀଙ୍କୁ ହମାସ ପକ୍ଷରୁ ମୁକ୍ତ କରା ନଯାଇଛି, ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବ ବୋଲି ଇସ୍ରାଏଲ୍ କହିଛି ।
ଇସ୍ରାଏଲ-ହମାସ ଯୁଦ୍ଧରେ ଗାଜାରେ ୮୮ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରିଛି ଜାତିସଂଘ। ଯାହା ଜାତିସଂଘର ଯେକୌଣସି ଯୁଦ୍ଧରେ ଏହା ସର୍ବାଧିକ ମୃତ୍ୟୁ ବୋଲି କୁହାଯାଇଛି। ଗାଜାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଉଦବେଗ୍ ପ୍ରକାଶ ପାଇଛି। ତୁରନ୍ତ ଅସ୍ତ୍ରବିରତି କରିବାକୁ ଆହ୍ୱାନ ଦିଆଯାଇଛି। ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଅସ୍ତ୍ରବିରତି ଶବ୍ଦ ଅଭିଧାନରୁ ବାହାର କର। ଆମେ ହମାସକୁ ପରାସ୍ତ ନକରିବା ଯାଏ ଏହାକୁ ବ୍ୟବହାର ଜାରି ରଖିବୁ।
() ଯୁଦ୍ଧ ଦିନକୁ ଦିନ ଉଗ୍ର ହେଉଥିବାବେଳେ କେବେ ଯୁଦ୍ଧ ଥମିବ। ରକ୍ତପାତ ବଦଳରେ କେବେ ଶାନ୍ତି ଫେରିବ,ଅପେକ୍ଷାରେ ବିଶ୍ୱବାସୀ।