ଓଡ଼ିଶା 365 (ବ୍ୟୁରୋ):ବଲିଉଡର ଲୋକପ୍ରିୟ ଗାୟକ ତଥା ରାପର ହନି ସିଂ ତାଙ୍କ ଛାଡପତ୍ର ସମ୍ପର୍କରେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଏହି ଚର୍ଚ୍ଚାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଗାୟକ ଏବଂ ତାଙ୍କ ପତ୍ନୀ ଶାଲିନୀ ତଲୱାରଙ୍କ ଛାଡପତ୍ରକୁ ଆଜି ଦିଲ୍ଲୀ କୋର୍ଟ ଅନୁମୋଦନ ଦେଇଛନ୍ତି । ସୂଚନାନୁସାରେ, ପାରିବାରିକ କୋର୍ଟରେ ପରମଜିତ ସିଂ ,ହନି ସିଂ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ଅଢ଼େଇ ବର୍ଷର ମାମଲାକୁ ସମାପ୍ତ କରି ଉଭୟ ପକ୍ଷଙ୍କୁ ଛାଡପତ୍ର ଆଦେଶ ଦେଇଛନ୍ତି କୋର୍ଟ । ମଧୁଙ୍କ ପତ୍ନୀ ସିଂଙ୍କୁ ଘରୋଇ ହିଂସା ଅଭିଯୋଗ କରିଥିଲେ। ଶାଲିନୀ କହିଛନ୍ତି ଯେ ଗାୟକ ଏବଂ ତାଙ୍କ ପରିବାର ତାଙ୍କୁ ମାନସିକ ଓ ଶାରୀରିକ ନିର୍ୟାତନା ଦେଇଛନ୍ତି। ବର୍ତ୍ତମାନ ଉଭୟପକ୍ଷ ଚୁକ୍ତି କରିବା ପରେ ଚାର୍ଜ ପ୍ରତ୍ୟାହାର କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ହନି ସିଂ ମଧ୍ୟ ଶାଲିନୀଙ୍କୁ ୧୦କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦେଇଥିଲେ। ଛାଡପତ୍ର ଶୁଣାଣିରେ ହନି ସିଂଙ୍କ ସହ ମେଟଲାଓ କାର୍ୟ୍ୟାଳୟର ସହଯୋଗୀ ଇଶାନ ମୁଖାର୍ଜୀ, ଓକିଲ ଅମୃତା ଚାଟାର୍ଜୀ ଏବଂ ଜସପାଲ ସିଂ ଉପସ୍ଥିତ ଥିଲେ।
ଖବର ମୁତାବକ, ହନି ସିଂ ଏବଂ ଶାଲିନୀ ବିବାହ ପୂର୍ବରୁ ପ୍ରାୟ ୨୦ ବର୍ଷ ପର୍ୟ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ। ତା’ପରେ ୨୦୧୧ ରେ ଏହି ଦମ୍ପତି ଦିଲ୍ଲୀର ଏକ ଗୁରୁଦ୍ୱାରରେ ଶିଖ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଉଭୟଙ୍କ ବିବାହ ଅତ୍ୟନ୍ତ ଗୁପ୍ତ ଥିଲା। ଯେଉଁଥିରେ କେବଳ ତାଙ୍କ ପରିବାର ସଦସ୍ୟ ଅଂଶଗ୍ରହଣ କରିଥିଲେ । ବିବାହର ତିନି ବର୍ଷ ପରେ ସେମାନଙ୍କ ସମ୍ପର୍କର ବିଷୟରେ ଲୋକମାନେ ଜାଣିବାକୁ ପାଇଥିଲେ । ଏହା ପରେ ହନି ସିଂ ଏକ ରିଆଲିଟି ଶୋ’ରେ ପ୍ରକାଶ କରିଥିଲେ ଯେ ସେ ଶାଲିନୀଙ୍କୁ ବିବାହ କରିଥିଲେ।