ଓଡ଼ିଶା 365 (ବ୍ୟୁରୋ): ମଧ୍ୟପ୍ରଦେଶର ଛିଣ୍ଡୱାଡା ଠାରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏୟାର ବ୍ୟାଗ ଖୋଲିବା ପରେ କେନ୍ଦ୍ର ମନ୍ତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ସେ ସାମାନ୍ୟ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇଥିବା କୁହାଯାଉଛି। ଏହାସହ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏହି ଦୁର୍ଘଟଣାଟି ଯେତେବେଳେ ପ୍ରହ୍ଲାଦ ପଟେଲଙ୍କ କନଭୋ ଛିଣ୍ଡୱାଡା -ଅମରୱାଡା ରାସ୍ତାରେ ସିଙ୍ଗୋଡି ବାଇପାସ୍ ଦେଇ ଯାଉଥିଲା। କେନ୍ଦ୍ର ମନ୍ତ୍ରୀ ଛିଣ୍ଡୱାଡା ଠାରୁ ନରସିଂହପୁରକୁ ଜନସମ୍ପର୍କ ପଦଯାତ୍ରା ପାଇଁ ଆସୁଥିଲେ। ଏହି ନିର୍ବାଚନରେ ବିଜେପି ନରସିଂହପୁରରୁ କେନ୍ଦ୍ର ମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଲାଇଛି ।
ଦୁର୍ଘଟଣାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଫର୍ଚୁନର କାରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ କାରର ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଭିଡିଓରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି ଏବଂ ସେ ରାସ୍ତାରେ ପଡ଼ି କାନ୍ଦୁଛନ୍ତି। କୁହାଯାଉଛି ଯେ ବ୍ୟକ୍ତିଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ପରେ ରାସ୍ତାରେ ଲୋକଙ୍କ ଭିଡ ମଧ୍ୟ ଦେଖାଯାଉଛି।