ଓଡ଼ିଶା 365 (ବ୍ୟୁରୋ): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ବିବାହ ବିବାଦ ମାମଲାରେ କଟକ ସବ ରେଜିଷ୍ଟର କୋର୍ଟରେ ହାଜର ହେଲେ ବାନ୍ଧବୀ ସୋମାଲିକା ଦାସ । ପୂର୍ବ ନୋଟିସ ମୁତାବବକ ଅପରାହ୍ନ ପ୍ରାୟ ସାଢେ ୩ଟାରେ ସବ ରେଜିଷ୍ଟରଙ୍କ କୋର୍ଟରେ ହାଜର ହେଲେ ସୋମାଲିକା। ଗତ ମାସ ୧୮ ତାରିଖରେ ସବରେଜିଷ୍ଟର ଅଫିସରେ ପହଁଚିଥିଲେ ସୋମାଲିକା । ବିବାହ ଆବେଦନକୁ ରଦ୍ଦ କରିବାକୁ ଦାବି କରିଥିଲେ ସୋମାଲିକା । ଏନେଇ ହାଇକୋର୍ଟରେ ମାମଲା ଦାୟର କରିଥିଲେ ସୋମାଲିକା । ଏହାପରେ ବିଧାୟକ ବିଜୟଙ୍କ ବିବାହ ଆବେଦନ ଉପରେ ରୋକ ଲଗାଇବା ଲାଗି ସୋମାଲିକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୂଚନାଯୋଗ୍ୟ, କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସରଙ୍କ ନିକଟରେ ବିବାହ ପାଇଁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଓ ଅନ୍ୟ ଜଣେ ଯୁବତୀ ଦରଖାସ୍ତ ଦାଖଲ କରିଥିବା ବେଳେ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବା ପାଇଁ ସୋମାଲିକା ଦାଶ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ବିବାହ ପଞ୍ଜୀକରଣ ପାଇଁ ବିଜୟଶଙ୍କର ଦରଖାସ୍ତ କରିଥିବା ସୂଚନା ମିଳିବା ପରେ ସୋମାଲିକା ଅକ୍ଟୋବର ୭ରେ ମ୍ୟାରେଜ ଅଫିସରଙ୍କ ନିକଟରେ ଲଖିତ ଆପତ୍ତି ଦାଖଲ କରିଥିଲେ। ବିଜୟ ଶଙ୍କରଙ୍କ ଦରଖାସ୍ତ ଖାରଜ ପାଇଁ ସେ ନିବେଦନ କରିଥିଲେ। କୌଣସି ସୁଫଳ ନ ମିଳିବାରୁ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କଟକ ଜିଲ୍ଲା ସବ୍-ରେଜିଷ୍ଟ୍ରାର ତଥା ମ୍ୟାରେଜ ଅଫିସର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ବିଜୟ ଶଙ୍କରଙ୍କ ବିବାହ ଦରଖାସ୍ତ ଗ୍ରହଣଯୋଗ୍ୟ ନୁହେଁ ଏହାକୁ ଅଗ୍ରାହ୍ୟ କରାଯାଉ ବୋଲି ସୋମାଲିକାଙ୍କ ପକ୍ଷରୁ ଦର୍ଶାଯାଇଥିଲା।