ଓଡ଼ିଶା 365 (ବ୍ୟୁରୋ): ଗତକାଲି ସାଉଥ୍ ଅଭିନେତ୍ରୀ ରଶ୍ମିକାଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରଶ୍ମିକାଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓ ମେଡାସ୍ ସାହୁ ନାମକ ଜଣେ ଢ ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି ।ଏଥିରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ୟୁଜର୍ସମାନେ ନିନ୍ଦା କରିବା ସହ, ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।
ସେପଟେ ଭିଡିଓ ଭାଇରାଲ ହେବାପରେ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଧାନା, ଏବଂ ଏହାକୁ ରୋକିବାକୁ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ରଶ୍ମିକା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଅନଲାଇନରେ ଭାଇରାଲ୍ ହେଉଥିବା ମୋର ଡିପଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର ଏବଂ ଲଜ୍ଜ୍ୟାକର କଥା । କେବଳ ମୋ ପାଇଁ ନୁହେଁ, ବରଂ ଏ ସମାଜର ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୂରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଆଜି ଜଣେ ମହିଳା ଓ ଜଣେ ଅଭିନେତ୍ରୀ ହିସାବରେ, ମୁଁ ମୋ ପରିବାର, ବନ୍ଧୁବର୍ଗ ଏବଂ ଶୁଭଚିନ୍ତକଙ୍କୁ ଧନ୍ୟବାଦ ଦେବି, ଯେଉଁମାନେ ସବୁବେଳେ ମୋ ସୁରକ୍ଷା ଓ ସମର୍ଥନରେ ରହୁଛନ୍ତି।ଏହା ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉବୋଲି ଦାବି କରିଛନ୍ତି ରଶ୍ମିକା। କେବଳ ରଶ୍ମିକା ନୁହଁନ୍ତି ଆହୁରି ଅନେକ ଲୋକ ଏହି ୧୨୩୪ ଭିଡିଓର ଶିକାର ହୋଇଛନ୍ତି । ବର୍ତ୍ତମାନ ଲୋକଙ୍କ ମନରେ Deepfake କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କ’ଣ ଏହି Deepfake ଭିଡିଓ ? କିଭଳି ଏହାର ଅପବ୍ୟବହାର କରାଯାଉଛି? ଆସନ୍ତୁ ଜାଣିବା…
୧୯୯୦ ମସିହାରୁ ଏହି Deepfake ଭିଡିଓର ଆରମ୍ଭ ହୋଇଛି । ଏକ ରିସର୍ଚ୍ଚରୁ ଜଣା ପଡ଼ିଥିବାବେଳେ ପରେ ଅନଲାଇନ ମାଧ୍ୟମରେ ବ୍ୟବହାର ହେଲା । AI ଏବଂ ମସିନ ଲର୍ଗିନ ମାଧ୍ୟମରେ ଏହାକୁ କ୍ରିଏଟ କରାଯାଏ । ଏଭଳି ଅଶ୍ଲିଲ ଫଟୋ ଅପଲୋଡ ହେବା ୨୦୧୮ ମସିହାଠାରୁ ବୃଦ୍ଧି ହୋଇଛି । ୨୦୧୮ ମସିହାରେ ୨୯୦ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ୨୦୨୩ ମସିହାରେ ୧.୪୩ ଲକ୍ଷ ଲୋକ ଏଭଳି ସମସ୍ୟା ଭୋଗିଛନ୍ତି । ଅଧିକାଂଶ ଝିଅଙ୍କ ଫଟୋକୁ ବ୍ୟବହାର କରି ଏଭଳି କରିଥାନ୍ତି କିଛି ଅସାଧୁ ବ୍ୟକ୍ତିବିଶେଷ । ଫଟୋସପ କିମ୍ବା ଅନ୍ୟ ଆପ ମାଧ୍ୟମରେ ଏଭଳି ନକଲି ଫଟୋ ଭିଡିଓ ବନାଇବା କିଛି ନୂଆ କଥା ନୁହେଁ । କିନ୍ତୁ Deepfake ଭିଡିଓରେ AI ବ୍ୟବହାର ହୁଏ ।
ଏହି ଟେକ୍ନୋଲୋଜୀ ଦ୍ୱାରା ଅରଜିନାଲ୍ ଫଟୋ, ଭିଡିଓ ଓ ଅଡିକୁ ନକଲି କରି ଅବିକଳ ଅସଲି ପରି ଦେଖାଯାଇଥାଏ। ଏହାର ସଦୁପଯୋଗ ନ ହୋଇ ଅଧିକ ଦୁରୁପ ଯୋଗ କରାଯାଉଛି। ଲୋକଙ୍କୁ ଧାକା ଦେବା ପାଇଁ ଏହି ଟେକ୍ନୋଲୋଜୀର ବ୍ୟବହାର ହେଉଛି। ତେବେ ଅରଜିନାଲ୍ ଲୋକଙ୍କର ହାବଭାବ, ଯେମିତିକ ଆଖି ପତା ପକାଇବା, କଥା କହିବା ବେଳେ ଓଠର ଗତି ବଦଳିବା, ବିଶେଷ କରି ନକଲି ଭିଡିଓ ଜାଣିବାର ସବୁଠାରୁ ବଡ଼ ଦିଗ ହେଲା ଆଖି। କାରଣ ଏଡିଟରେ ଏହା ମୁଣ୍ଡର ଗତି ସହ ସମାନ ଭାବରେ ଗତି କରେ ନାହଁ। ଏସବୁ କାରଣରୁ ଆପଣ ନକଲି ଓ ଅସଲି ଜାଣିପାରିବେ।