ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ଅଣଛାତ୍ରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ କ୍ୟାମ୍ପସରେ ଛାତ୍ର ଅଶାନ୍ତି ଦେଖାଦେଇଛି । ପ୍ରଶାସନିକ ଭବନକୁ ତାଲା ପକାଇ ନ୍ୟାୟ ଦାବିରେ ବସିଛନ୍ତି ଶତାଧିକ ଛାତ୍ରୀ। ପୁରା ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି ।
ସୂଚନା ଅନୁଯାୟୀ, ଜଣେ ପିଜି ଛାତ୍ରୀଙ୍କୁ କ୍ୟାମ୍ପସ ଭିତରେ ୪ଜଣ ଅଣଛାତ୍ର ଆସି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରି ଏପରି ଘଟିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ଏଣୁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏପରିକି କୂଳପତିଙ୍କୁ ମଧ୍ୟ ଭିତରକୁ ଛାଡୁନଥିବା ସୂଚନା ମିଳୁଛି ।