ଓଡ଼ିଶା 365 (ବ୍ୟୁରୋ): ଆସୁଛି ଆଲୋକର ପର୍ବ ଦିପାବଳୀ । ପାଂଚଟି ପର୍ବର ସମ୍ମୀଶଣରେ ପାଳିତ ହୋଇଥାଏ ଏହି ଆନନ୍ଦ ଓ ଉତ୍ସାହର ପର୍ବ । ପ୍ରତିବର୍ଷ କାର୍ତ୍ତିକ ମାସ ତ୍ରୟୋର୍ଦ୍ଧଶୀଠାରୁ ହିଁ ଶୁଭାରମ୍ଭ ହୋଇଥାଏ ଏହି ମହାପର୍ବ ।ସେହିପରି ଦୀପାବଳୀରେ ଦୀପ ଜଲାଇବାର ମଧ୍ୟ ପରମ୍ପରା ରହିଛି । ଏହିଦିନ ରାତିରେ ଲୋକେ ଦୀପର ଆଲୋକରେ ଘରକୁ ଆଲୋକିତ କରିଥାନ୍ତି । ତେବେ ଏହି ଅବସରରେ ଘରର କେଉଁ ସ୍ଥାନରେ ଦୀପ ଲଗାଇବା ଶୁଭଦାୟକ ।
ଅଶ୍ୱତ୍ଥ ଗଛ ମୂଳେ ଦୀପ ଜାଳିବା ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଇଥାଏ । ତେବେ ଦୀପ ଜଳାଇବା ପରେ ପଛକୁ ବୁଲି ଚାହିଁବା ଅନୁଚିତ୍ । ଏହା ଦ୍ୱାରା ଅର୍ଥଜନିତ ସମସ୍ୟା ସମ୍ନା କରିବାକୁ ହୋଇଥାଏ । ଠାକୁର ଘରେ ମଧ୍ୟ ଦୀପ ଲଗାନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ଘରର ମୁଖ୍ୟ ଦ୍ୱାରରେ ଦୀପ ଜଳାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଘରର ଅଗଣାକୁ ଦୀପର ଆଲୋକରେ ଆଲୋକିତ କରିବା ଉଚିତ୍ । ଏହି ସ୍ଥାନରେ ଦୀପ ରାତି ତମାମ ଜଳିବା ଶୁଭ । ଘର ଆଖପାଖରେ ମନ୍ଦିର ଥିଲେ , ସେହି ସ୍ଥାନରେ ଦ୍ୱୀପ ଲଗାନ୍ତୁ । ଦୀପାବଳୀ ଦିନ ବେଲଗଛ ମୂଳେ ଦୀପ ଲଗାଇବା ଦରକାର । ବେଲପତ୍ର ଭଗବାନ ଶିବଙ୍କ ପ୍ର୍ରିୟ ବୃକ୍ଷ ଏବଂ ଏହିସ୍ଥାନରେ ଦୀପ ଜାଳିଲେ ମହାଦେବଙ୍କ କୃପା ପ୍ରାପ୍ତି ହୁଏ ।