ଓଡ଼ିଶା 365 (ବ୍ୟୁରୋ): ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ ରେ ଲୋକସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ପ୍ରାଣପ୍ରଣେ ଚେଷ୍ଟା କରୁଛି। କିଛି ମାସ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡା ଯାତ୍ରା ଆରମ୍ଭ କରିଥିଲେ ଏବଂ କର୍ଣ୍ଣାଟକ ନିର୍ବାଚନରେ ଦଳ ଏହାର ଲାଭ ପାଇଥିଲା। ଏବେ ଖବର ଆସିଛି ଯେ ରାହୁଲ ଗାନ୍ଧୀ ଖୁବ ଶୀଘ୍ର ଭାରତ ଯୋଡ଼ ଯାତ୍ରାର ଦ୍ୱିତୀୟ ପର୍ୟ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି ।
କଂଗ୍ରେସ ସୂତ୍ର ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ତାଙ୍କର ଦ୍ୱିତୀୟ ପର୍ୟ୍ୟାୟ ଭାରତ ଯୋଡ ଯାତ୍ରାର ଆରମ୍ଭ କରିବେ। ସୂଚନାନୁସାରେ, ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଦ୍ୱିତୀୟ ପର୍ୟ୍ୟାୟ ଭାରତ ଯୋଡ ଯାତ୍ରାର ଆୟୋଜନ ଆୟୋଜନ କରାଯାଇପାରେ। ଏହାପୂର୍ବରୁ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ୧୩ ନଭେମ୍ବରରେ ଭୋପାଳରେ ଏକ ରାଲି କରିବେ।