ଓଡ଼ିଶା 365 (ବ୍ୟୁରୋ): ‘ଅନୁପମା’ ୨୦୨୦ ମସିହାରେ ଏହି ଶୋ’ ଆରମ୍ଭ ହୋଇଥିଲା । ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସବୁଠାରୁ ଲୋକପ୍ରିୟ ଶୋ’ ହୋଇପାରିଛି ‘ଅନୁପମା’ । ଏହାର ଡାଏଲଗ ଏବଂ କାହାଣୀ ଦର୍ଶକ ମାନଙ୍କ ମନ କିଣି ନେଇଛି । ‘ଅନୁପମା’ର ଏମିତି ଅନେକ ସଂଳାପ ଅଛି, ଯାହାକୁ ବ୍ୟବହାର କରି ମୁମ୍ବାଇ ପୋଲିସ ଜନସାଧାରଣଙ୍କୁ ନିବେଦନ କରିଛି। ଖବର ମୁତାବକ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳି ପୂର୍ବରୁ ‘ଅନୁପମା’ର ଭିଡିଓ ସେୟାର କରି ଜନସାଧାରଣଙ୍କ ପାଇଁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସ ରେ ‘ଅନୁପମା’ର ଏକ ଭିଡିଓ ଶେୟାର କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି, ଭୋକାଲ ଫର ଲୋକାଲ ଆନ୍ଦୋଳନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।
ଏଥିସହ ସେ ଏହି କ୍ଲିପରେ କହିଛନ୍ତି, ବନ୍ଧୁଗଣ, ଆମର ଉତ୍ସବରେ ଆମର ପ୍ରାଥମିକତା ଭୋକାଲ ଫର ଲୋକାଲ ହେବା ଉଚିତ ଏବଂ ଆମେ ସେହି ସ୍ବପ୍ନକୁ ପୂରଣ କରିବା ଉଚିତ। ଆମର ସ୍ବପ୍ନ ହେଉଛି ଆତ୍ମନିର୍ଭରଶୀଳ ଭାରତ। ଡିଜିଟାଲ ପେମେଣ୍ଟକୁ ମଧ୍ୟ ସେ ପ୍ରୋତ୍ସାହିତ କରିଛନ୍ତି ଏବଂ କହିଛନ୍ତି ଯେ ସ୍ଥାନୀୟ ଦୋକାନ ମାଲିକଙ୍କ ସହ ସେଲଫି ନିଅନ୍ତୁ ଏବଂ ଏହାକୁ ନାମୋ ଆପରେ ପ୍ରଧାନମନ୍ତ୍ରୀଙ୍କ ସହ ଶେୟାର କରନ୍ତୁ ଯାହା ଦ୍ୱାରା ଅନ୍ୟମାନେ ମଧ୍ୟ ଅନୁପ୍ରାଣିତ ହୋଇପାରିବେ।