ଓଡ଼ିଶା 365 (ବ୍ୟୁରୋ): ସୁବର୍ଣ୍ଣପୁର ତାଲା ଭାଙ୍ଗି ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ଚୋରୀ। ମନ୍ଦିରର ମୁଖ୍ୟ ଦ୍ୱାରାର ତାଲା କାଟି ଦୁଇ ହୁଣ୍ଡି ଚୋରି କରିନେଇଛନ୍ତି ଦୁର୍ବୁତ୍ତ । ଏ ନେଇ ମନ୍ଦିର କମିଟି ତରଫରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ମୂତାବକ ଗତକାଲି ରାତିରେ ମନ୍ଦିର ପୂଜନ ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ । ଆଜି ଭୋର ସକାଳୁ ମନ୍ଦିର ଦ୍ୱାର ଖୋଲିବା ପାଇଁ ପୂଜକ ବିଶ୍ଵାମିତ୍ର ଚାନ୍ଦ ଆସି ଦେଖିଲା ବେଳକୁ ସିଂହ ଦ୍ୱାର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦେଖିଲା ବେଳକୁ ଦୁଇ ହୁଣ୍ଡି ନଥିଲା । ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ଜଣାଇଥିଲେ । ପରେ ସଭାପତି ବିଷ୍ଣୁ ଚରଣ ପଣ୍ଡା ଓ ସମ୍ପାଦକ ଶମ୍ଭୁପ୍ରସାଦ ହୋତା ଘଟଣା ସ୍ଥଳକୁ ଆସି ଦେଖିବା ପରେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।