ଓଡ଼ିଶା 365 (ବ୍ୟୁରୋ) : ଶରୀର ସୁସ୍ତ ରହିବାରେ ଦାନ୍ତ ବହନ କରିଥାଏ ଏକ ଗୁରୁତ୍ୱପୂର୍ଣ୍ଣ ଭୂମୀକା । ଖାଦ୍ୟକୁ ଚୋବାଇବା ସହ ହଜମ କରିବାରେ ଅଧିକ ଉପାଦାୟୀ ହୋଇଥାଏ ଦାନ୍ତ । ତେବେ ଦାନ୍ତର ଯତ୍ନ ନନେଲେ ବିଭିନ୍ନ ପ୍ରକାରର ଦାନ୍ତ ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ କେବଳ ଦାନ୍ତକୁ ସଫା ସୁତୁରା ରଖିଲେ ଯେ ସବୁଦିନ ପାଇଁ ଦାନ୍ତ କିମ୍ବା ମାଢି ସୁରକ୍ଷିତ ରହିବ ତାହା ନୁହେଁ । ଏହା ଅନ୍ୟାନ୍ୟ ରୋଗ ମାନଙ୍କ ଦାଉରୁ ମଧ୍ୟ ରକ୍ଷା କରାଇଥାଏ । ଏମିତିକି ମଣିଷର ଶ୍ୱାସଜନିତ ସମସ୍ୟାରୁ ମଧ୍ୟ ସଫାସୁତୁରା ଦାନ୍ତ ହିଁ ସୁରକ୍ଷା ଦେଇଥାଏ । ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ । କିନ୍ତୁ ବେଳେବେଳେ ଦାନ୍ତ ହଳଦିଆ ପଡିଯାଇଥିବାରୁ ଲୋକମାନେ ଖୋଲାଖୋଲି ହସିପାରନ୍ତିନାହିଁ । ତେବେ ଦାନ୍ତ ଘସିବା ପାଇଁ ବ୍ୟବହୃତ ବିଭିନ୍ନ ଗଛର କଞ୍ଚାକାଠିକୁ ଦାନ୍ତକାଠି କୁହାଯାଏ । ଦାନ୍ତକାଠିରେ ଅନେକ ଜୀବାଣୁମାରକ ଗୁଣ ରଥାଏ । ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ ।
ପ୍ଲାଷ୍ଟିକ୍ ବ୍ରସକୁ ପ୍ରତିଦିନ ପାଟିରେ ପୁରାଇ ଦାନ୍ତ ଘସିବା ଅପେକ୍ଷା ମହୁଲ, କରଞ୍ଜ, ନିମ୍ବ, ଖଇର, ବଟ, ଅର୍ଜୁନ, ଶାଳ ଦାନ୍ତକାଠି ବ୍ୟବହାର କରିବା ଉଚିତ । କିନ୍ତୁ କିଆ, ବାଉଁଶ ଏବଂ ନଡିଆ ଦାନ୍ତକାଠିରେ ଦାନ୍ତ ଘସିବା ଅନୁଚିତ । କାରଣ, ଏଥିରେ ଦାନ୍ତ ଘସିଲେ ଅନିଷ୍ଟ ହୋଇଥାଏ । ଦାନ୍ତ ଘସିଲା ପରେ ରାଶିବା ସୋରିଷ ତେଲରେ ସୈନ୍ଧବ୍ୟ ଲବଣ ମିଶାଇ ଘସିଲେ ଦାନ୍ତ ଶକ୍ତ ରୁହେ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦାନ୍ତକାଠିରେ ଦାନ୍ତ ଘସିଲେ, କି ପ୍ରକାର ଲାଭ ମିଳିଥାଏ । ବଟ କାଠିରେ ଦାନ୍ତ ଘସିଲେ ଦାନ୍ତ ଧଳା ହୋଇଥାଏ । ଖଇର କାଠିରେ ଦାନ୍ତ ଘସିଲେ ମୁଖ ସୁଗନ୍ଧ ହୁଏ । ଡିମ୍ବିରି କାଠିରେ ଘସିଲେ ବାକଶୁଦ୍ଧି ହୁଏ । ଆମ୍ବକାଠି ବା ପତ୍ରରେ ଘସିଲେ ଦାନ୍ତରୋଗ ହୋଇନଥାଏ । ଡାଳିମ୍ବ ଏବଂ ବଣମଲ୍ଲି କାଠିରେ ଘସିଲେ ସୁନ୍ଦର ଚେହେରା ହୁଏ । ଜାଇ ଏବଂ ମନ୍ଦାର କାଠିରେ ଦାନ୍ତ ଘସିଲେ ଦୁଃସ୍ୱପ୍ନ ଦୋଷ ଦୂର ହୋଇଥାଏ ।