ଓଡ଼ିଶା 365 (ବ୍ୟୁରୋ): ସୀମାନ୍ତ ଛତିଶଗଡ଼ରେ ନିର୍ବାଚନ ପୂର୍ବରୁ ମାଓ ହିଂସା । ବିଭିନ୍ନ ସ୍ଥାନରେ ମାଓ ହିଂସା ଆଇଡି ବିସ୍ଫୋରଣରେ ୫ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି। ସୁୁକୁମାରେକାଙ୍କେର ଓ ନାରାୟଣପୁର ଜିଲ୍ଲାରେ ବିସ୍ଫୋରଣରେ ୨ ଯବାନ ଓ ଦୁଇ ଜଣ ପୁଲିଂ କର୍ମଚାରୀ ଆହତ ହୋଇଛନ୍ତି । ସେହିପରି କାଙ୍କେର ଜିଲ୍ଲା ଛେଟେବିଟିଆ ଥାନା ଙ୍ଗୋୱାହିଠାରେ ୪ଟି ପୁଲିଂ ଦଳକୁ ନେଇ ଯବାନ ଯାଉଥିବା ବେଳେ ୩ଟି ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ବିଏସଏଫ୍ ଯବାନ ଆହତ ହୋଇଛନ୍ତି ।
ଏହା ସହ ନାରାୟଣପୁରରେ ମଧ୍ୟ ଆଇଇଡି ବିସ୍ଫୋରଣ ହୋଇଛି । ଏଠାରେ ହୋଇଥିବା ବିସ୍ଫୋରଣରେ ୫୩ ବାଟାଲିଅନର ଆଇଟିବିପି ଯବାନ ଆହତ ହୋଇଛନ୍ତି । ସେହିପରି ସୋନପୁର ଅଂଚଳରେ ମଧ୍ୟ ସର୍ଚ୍ଚ ଅପରେସନ୍ ବେଳେ ବିସ୍ଫୋରଣ ହୋଇଛି । ମାତ୍ର ଏଥିରେ କାହାର କିଛି ହୋଇନାହିଁ।