ଓଡ଼ିଶା 365 (ବ୍ୟୁରୋ) : ସରିଗଳା ମଣିଷ ପଣିଆ, ମରିଗଲା ମାନବିକତା । ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ଗଳାକାଟି ବୀଭତ୍ସ ହତ୍ୟା କରିଛି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଏୟାରଫିଲ୍ଡ ଥାନା ଅଞ୍ଚଳରେ । ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏଭଳି କାଣ୍ଡ ଘଟିଯାଇଛି । ସୂଚନା ମୁତାବକ ଶିଶୁକନ୍ୟାର ପରିବାର ସନ୍ଧ୍ୟାରେ କାମରୁ ଘରକୁ ଫେରିବାବେଳକୁ କ୍ଷତାକ୍ତ ଅବସ୍ଥାରେ ଘରେ ଶିଶୁ କନ୍ୟାକୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ବିଳମ୍ବିତ ରାତିରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ପରିବାର ଲୋକେ ଅଭୁଯୋଗ କରିଥିଲେ ।
ହତ୍ୟାକାରୀକୁ ଧରିବାକୁ ପୋଲିସ ଓ ସ୍ପେଶାଲ୍ ସ୍କ୍ବାର୍ଡ ଉଦ୍ୟମ ଜାରି ରଖିଛି । ପାଖରେ ଥିବା ଜଣେ ଦୋକାନି କହିଛନ୍ତି ଯେ, ଶେଷ ଥର ପାଇଁ ସେ ଶିଶୁକନ୍ୟାକୁ ଘରକୁ ଚକୋଲେଟ ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ସେ କହିଛନ୍ତି, “ବସ୍ତିର ଘନିଆ ନାମକ ଯୁବକ ଦୁଇଟି ଚକଲେଟ ନେଇ ମଧ୍ୟ ଯାଇଥିଲା । ଘନିଆ ଏଭଳି କାମ କରିଥାଇପାରେ । ଚକଲେଟ ଦେଇ ତା ସହିତ କୌଣସି ଖରାପ କାମ କରିବାକୁ ଯାଇ ଏଭଳି ଘଟଣା ଘଟାଇଥାଇପାରେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିବ । ବସ୍ତି ବାସିନ୍ଦାଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି । ସେପଟେ ଘନିଆକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି ।